ଆହତ ଛୁଆହାତୀ ଗଲା ନନ୍ଦନକାନନ

Advertisment

ବନ୍ଧମୁଣ୍ଡା ଛୁଆହାତୀ ମୃତ୍ୟୁ ଘଟଣା ପରେ ଏଥିରେ ଆହତ ହୋଇଥିବା ଅନ୍ୟ ଏକ ଛୁଆହାତୀକୁ ରାଉରକେଲା ବନବିଭାଗ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଛି। ଜଙ୍ଗଲ ବିଭାଗର ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ଆହତ ହାତୀ ଛୁଆକୁ ଏକ ୪୦୭ ଟ୍ରକ୍‌ରେ ନନ୍ଦନକାନନ ପଠାଇଛନ୍ତି...

ବନ୍ଧମୁଣ୍ଡା ଛୁଆହାତୀ ମୃତ୍ୟୁ ଘଟଣା ପରେ ଏଥିରେ ଆହତ ହୋଇଥିବା ଅନ୍ୟ ଏକ ଛୁଆହାତୀକୁ ରାଉରକେଲା ବନବିଭାଗ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଛି। ଜଙ୍ଗଲ ବିଭାଗର ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ଆହତ ହାତୀ ଛୁଆକୁ ଏକ ୪୦୭ ଟ୍ରକ୍‌ରେ ନନ୍ଦନକାନନ ପଠାଇଛନ୍ତି...

WhatsApp Image 2024-10-16 at 11.16.20 PM

ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଛୁଆହାତୀ ମୃତ୍ୟୁ ଘଟଣା ପରେ ଏଥିରେ ଆହତ ହୋଇଥିବା ଅନ୍ୟ ଏକ ଛୁଆହାତୀକୁ ରାଉରକେଲା ବନବିଭାଗ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଛି।  ଜଙ୍ଗଲ ବିଭାଗର ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ଆହତ ହାତୀ ଛୁଆକୁ ଏକ ୪୦୭ ଟ୍ରକ୍‌ରେ ନନ୍ଦନକାନନ ପଠାଇଥିଲେ। 

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ଯେ ଆହତ ହାତୀକୁ ଅଧିକ ଚିକିତ୍ସା ଦରକାର ଅଛି। ଯେଉଁଥି ପାଇଁ ତାକୁ ନନ୍ଦନକାନନ ପଠାଇବାକୁ ପଡ଼ିବ। ଏହି ନିଷ୍ପତ୍ତି ପରେ ରାଉରକେଲା ବନବିଭାଗ ଆହତ ହାତୀକୁ ନନ୍ଦନକାନନକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। ସକାଳ ହେବା ମାତ୍ରେ ବନ କର୍ମଚାରୀମାନେ କୌଣସି ପ୍ରକାରେ ଆହତ ହାତୀଟିକୁ ଚେତାଶୂନ୍ୟ କରିଥିଲେ। ପରେ ଉକ୍ତ ହାତୀଟିକୁ ଟ୍ରକ୍‌ ଉପରେ ଚଢ଼ାଥିଲେ। 

ନନ୍ଦନକାନନ ନିଆଯାଉଥିବାବେଳେ ଆହତ ହାତୀର ଆଖି ତାର ହଜିଯାଇଥିବା ସାଥୀମାନଙ୍କୁ ଖୋଜୁଥିଲା। ହାତୀ ଛୁଆଟି ଟ୍ରକ୍‌ରୁ ଓହ୍ଲାଇବାକୁ ବାରମ୍ବାର ଚେଷ୍ଟା କରୁଥିଲା। ଏହି ସମୟରେ ତା’ ଆଖିରୁ ଲୁହ ମଧ୍ୟ ଝରୁଥିଲା। 

ହାତୀକୁ ନନ୍ଦନକାନନକୁ ନିଆଯିବାର ସୂଚନା ପାଇବା ପରେ ବନ୍ଧମୁଣ୍ଡା ମୁଖ୍ୟ ରାସ୍ତାକଡ଼ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହାତୀକୁ ନନ୍ଦନକାନନ ପଠାଇବା ଅଭିଯାନରେ ରାଉରକେଲା ବନବିଭାଗ, ବିଶ୍ରା ବନବିଭାଗ, ରାଜଗଙ୍ଗପୁର ବନବିଭାଗ, ବୀରମିତ୍ରପୁର ବନବିଭାଗର ପ୍ରାୟ ୨୦୦ ବନ ଅଧିକାରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ।

ଏହି ଅବସରରେ ରାଉରକେଲା ଆରସିସିଏଫ୍‌ ପି ରାମସ୍ବାମୀ, ରାଉରକେଲା ଡିଏଫ୍‌ଓ ଯଶୱନ୍ତ ସେଠୀ, ରାଉରକେଲା ଏସିଏଫ୍‌ ସୋମିଆ ଗୋଚ୍ଛାୟତ, ବିଶ୍ରା ରେଞ୍ଜ ଅଧିକାରୀ ଅସିତ କୁମାର ପଟ୍ଟନାୟକ, ପାନପୋଷ ରେଞ୍ଜ ଅଧିକାରୀ ଜ୍ଞାନେନ୍ଦ୍ର ଲିମା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ଏକ ୨୭ଟିକିଆ ହାତୀପଲ ବନ୍ଧମୁଣ୍ଡା ନିକଟରେ ହାଓଡ଼ା-ମୁମ୍ବାଇ ମୁଖ୍ୟ ଲାଇନ୍ ଅତିକ୍ରମ କରିବାବେଳେ ମାଲଗାଡ଼ି ଧକ୍କାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା।

 ଅନ୍ୟ ହାତୀମାନେ ବହୁ ସମୟ ସେଠାରେ ଜଗି ରହିଥିଲେ। ପରେ ​୨୪ଟି ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ, କିନ୍ତୁ ଗୋଟିଏ ମାଇ ହାତୀ ଓ ତାର ଛୁଆ ସେହି ସ୍ଥାନ ଛାଡ଼ି ନଥିଲେ।

ସେମାନେ ମଙ୍ଗଳବାର ଦିନସାରା ବି ସେହି ନିକଟରେ ରହିଥିଲେ। ତେଣୁ ଉକ୍ତ ଦୁଇ ହାତୀ ମଧ୍ୟ ଟ୍ରେନ୍‌ ଧକ୍କାରେ ଆହତ ହୋଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ମା’ ହାତୀଟି ଜଙ୍ଗଲକୁ ଯାଇ ପଲ ସହ ଯୋଗ ଦେଇଥିଲା। କିନ୍ତୁ ଛୁଆ ହାତୀଟି ଆହତ ଥିବାରୁ ଯାଇପାରି ନଥିଲା। ତେଣୁ ତାକୁ ଉଦ୍ଧାର କରି ନନ୍ଦନକାନନ ପଠାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe