ଆହତ ଅବସ୍ଥାରେ ବୁଲୁଛି ହାତୀ: ଟ୍ରାଙ୍କୁଲାଇଜ ପାଇଁ ଖୋଜୁଛି ବନ ବିଭାଗ

ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଏକ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ଖୋଜୁଛି। ତିନିଦିନ ଧରି ଢେଙ୍କାନାଳ ମେରା ମଣ୍ଡଳୀ ଜଙ୍ଗଲରେ ଆହତ ଅବସ୍ଥାରେ ହାତୀଟି ବୁଲୁଥିବା କୁହାଯାଉଛି...

7ananxzapa

ଢେଙ୍କାନାଳ: ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଏକ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ  ବନ ବିଭାଗ ଖୋଜୁଛି। ତିନିଦିନ ଧରି ଢେଙ୍କାନାଳ ମେରା ମଣ୍ଡଳୀ ଜଙ୍ଗଲରେ ଆହତ ଅବସ୍ଥାରେ ହାତୀଟି ବୁଲୁଥିବା କୁହାଯାଉଛି ।

ତେବେ  ବନ ବିଭାଗ ଆହତ ହାତୀ ସମ୍ପର୍କରେ କୌଣସି ସୂଚନା ପାଇ ପାଉନି। ହାତୀଟି ଜଙ୍ଗଲର କେଉଁସ୍ଥାନରେ ରହିଛି ସେ‌ ନେଇ ଖୋଜ୍‌ଖବର ଜାରି ରହିଛି।

ଆହତ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ପୁର୍ବରୁ ବନ ବିଭାଗର ରାପିଡ ରେସପନ୍ସ ଟିମ୍ ଦୁଇଥର ବିଫଳ ହୋଇଛି। ହାତୀକୁ ଖୋଜିବା ପାଇଁ ଡ୍ରୋନ କ୍ୟାମେରାର ସାହାଯ୍ୟ ନିଆଯାଉଛି। ଜଙ୍ଗଲ ଭିତରେ ଚାରିଟି ଟିମ୍ ଆହତ ହାତୀକୁ ଖୋଜିବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ଶ୍ବଶୁର ଘରୁ ଫେରୁଥିବା ବେଳେ ଅଘଟଣ: ବାରହା ଫାଶରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ହାତୀର ଗୋଡରେ କ୍ଷତ ହୋଇଥିବାରୁ ଚିକିତ୍ସା ପାଇଁ ଆହତ ହାତୀକୁ ଜଙ୍ଗଲରେ ବନ ବିଭାଗ କର୍ମଚାରୀମାନେ ଖୋଜି ବୁଲୁଛନ୍ତି। ତୁରନ୍ତ ଚିକିତ୍ସା ନ କଲେ ହାତୀର ଜୀବନ ପ୍ରତି ବିପଦ ଥିବା ବନ କର୍ମଚାରୀ କହିଛନ୍ତି । ହାତୀକୁ ନେଇ ବନ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। ଖୁବ୍ ଶୀଘ୍ର ହାତୀକୁ ଖୋଜି କ୍ଷତର ଚିକିତ୍ସା କରାଯିବ ବୋଲି ଡିଏଫଓ କହିଛନ୍ତି । ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଟ୍ରେନ୍ ଧକ୍କାରେ ଗଲା ଦନ୍ତାର ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe