କୋରାପୁଟ: ଆହତ କୁଟୁରାକୁ ଉଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

Advertisment
କୋରାପୁଟ: ଆହତ କୁଟୁରାକୁ ଉଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଝୋଡିଆ ସାହିର ଯୁବକମାନେ ଏକ ଆହତ କୁଟୁରାକୁ ଉଧାର କରି ବୁଧବାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତିିା ମୁତ୍ୟାଲୁମାଁ ମନ୍ଦିର ନିକଟରେ ଆଜି ସକାଳୁ କିଛି ବୁଲା କୁକୁରଙ୍କ ହାବୁଡରେ ପଡିଯାଇଥିଲା ଏକ ଜଙ୍ଗଲି କୁଟୁରା କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବାକୁ ଯାଇ ଜଙ୍ଗଲ ବଦଳରେ ସେ ଝୋଡିଆସାହି ଆଡେ ବସ୍ତି ମୁହାଁ ହୋଇଯାଇଥିଲାା ସେହି ସମୟରେ କିଛି ଯୁବକ କୁଟୁରାକୁ କାବୁ କରିଥିଲେ ଓ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ଆହତ କୁଟୁରାକୁ ନେଇ ଚିକିତ୍ସା କରି କାର୍ଯ୍ୟାଳୟ ପରିସରରେ ରଖିଛିା

କଟୁରା ସୁସ୍ଥ ହେବା ପରେ ପୁଣି ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନବିଭାଗ ସୂଚନା ପ୍ରଦାନ କରିଛିା ପ୍ରକାଶ ଥାଉକି ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରବଲ ପଡୁଚାଷ ଯୋଗୁଁ ସଂପୂର୍ଣ୍ଣ ଭାବେ ଜଙ୍ଗଲ ଧ୍ୱଂସ ହୋଇଯାଇଛି। ଯାହା ଫଳରେ ବନ୍ୟ ଜନ୍ତୁ ମାନେ ଖାଦ୍ୟ ଅନ୍ୟେଷଣରେ ଭୁଲ ବସତଃ ଗାଁ ଅଭିମୁଖେ ଆସୁଛନ୍ତି। ବେଳେ ବେଳେ ମଣିଷ ଶିକାରୀ ହାତରେ ମଧ୍ୟ ପଡିଯାଉଛନ୍ତିିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe