ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ୧୮ କିଲୋମିଟର ଚାଲି ଚାଲି ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଭେଟିଲେ ଅନ୍ତେବାସୀ

Advertisment
ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ୧୮ କିଲୋମିଟର ଚାଲି ଚାଲି ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଭେଟିଲେ ଅନ୍ତେବାସୀ

ରାୟଗଡା: ପୁଣି ଅବ୍ୟବସ୍ଥାକୁ ନେଇ ୧୮ କିଲୋମିଟର ଚାଲି ଚାଲି ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଭେଟିଲେ ଅନ୍ତେବାସୀ | ରାୟଗଡା ଜିଲ୍ଲା ଆବlସିକ ବିଦ୍ୟାଳୟ ସ୍କୁଲର ଅବ୍ୟବସ୍ଥାକୁ ନେଇ ଦୀର୍ଘ ୧୮ କିଲୋମିଟର ଚାଲି ଚାଲି ଆସିଲେ କୁନି କୁନି ପିଲା। ଖୋଦ ଆଦିବାସୀ ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର ୧୪ ଜଣ ପିଲା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବା ଦେବାରେ ଅବହେଳା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବାର ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟାଳୟକୁ ଆସିଥିଲେ |

ଆଜି ରାତି ୪ଟାରୁ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଛାତ୍ରମାନେ ଆସିଛନ୍ତି। ଉକ୍ତ ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବାବେଳେ ଅନେକ ସମୟରେ ପ୍ରଧାନଶିକ୍ଷକ ଗାଳିଗୁଲଜ କରୁଥିବାର ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe