ଅସୁରକ୍ଷିତ ଗଡ଼ପୋଷ ରେଳ ଷ୍ଟେସନ୍‌

ଅସୁରକ୍ଷିତ ଗଡ଼ପୋଷ ରେଳ ଷ୍ଟେସନ୍‌

ଗଡ଼ପୋଷ: ଗଡ଼ପୋଷ ରେଳ ଷ୍ଟେସନରେ ଥିବା ପୋଲ ବିପଦସଂକୁଳ ଅବସ୍ଥାରେ ରହିଛି। ନୂତନ ପ୍ଲାଟଫର୍ମ ନଂ ୪ରୁ ୩ ଓ ୨ ନଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏହି ଫୁଟ୍‌ ଓଭର ବ୍ରିଜ୍‌ ପ୍ରାୟ ୨୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ତେବେ ମରାମତି ଅଭାବରୁ ଏହା ଦୁର୍ବଳ ହୋଇ ପଡ଼ିଛି। ଏହି ଓଭର୍‌ ବ୍ରିଜ୍‌ର କେତୋଟି ପାହାଚ ଚଢ଼ିବା ପରେ ଏକ ଗାତ ସୃଷ୍ଟି ହୋଇଛି।

ଏହି ପୋଲ ଦେଇ ଦୈନିକ ଶତାଧିକ ଯାତ୍ରୀ ଯିବା ଆସିବା କରିଥାନ୍ତି। ଯଦି କୌଣସି ଦିନ ଏକା ସାଙ୍ଗରେ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି ତେବେ ଏକ ନିଶ୍ଚିତ ଦୁର୍ଘଟଣା ହେବା ଲୋକେ ଆଶଙ୍କା କରୁଛନ୍ତି। ଏହି ଓଭର ବ୍ରିଜ୍‌ର ତଳପଟ ମଧ୍ୟ ଦୁର୍ବଳ ଥିବା ନେଇ କେତେକ ଯାତ୍ରୀ ଷ୍ଟେସନ ପରିଦର୍ଶନରେ ଆସିଥିବା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ନ ହେବାରୁ ଲୋକେ ଏହାକୁ ବ୍ୟବହାର କରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ତେଣୁ ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe