ଯାଜପୁରଟାଉନ: ଯାଜପୁର ବ୍ଲକ୍ ବରୁହାଁ ଦେବିଲ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଶ୍ରୁତି ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଇଂରେଜମାନଙ୍କୁ ପ୍ରତିରୋଧ କରିବା ପାଇଁ ୧୮୫୭ ମସିହାରେ ଶ୍ରୁତି ବାଲିଆ ବାଉନ ମୌଜାର ଖଣ୍ତାୟତମାନଙ୍କୁ ଏକଜୁଟ୍ କରିଥିଲେ। ଇଂରେଜମାନେ ତାଙ୍କୁ ଗିରଫ କରିଥିଲେ। ଶ୍ରୁତି ବିଶ୍ବାଳଙ୍କୁ ୧୮୫୮ ମସିହା ଜୁନ୍ ୧୭ ତାରିଖରେ ତାଙ୍କ ଗ୍ରାମ ଦେବିଲ ଠାରେ ବରଗଛରେ ଫାଶୀ ଦେଇଥିଲେ।
ଏହି ପଡ଼ିଆରେ ଶ୍ରୁତି ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ଅଖିଳଚକ୍ରର ସହକାରୀ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସଂଗଠକ ପୀତାମ୍ବର ସ୍ବାଇଁ, ସମ୍ପାଦକ ହରେକୃଷ୍ଣ ପଣ୍ତା, ସ୍ମୃତି କମିଟି ସଭାପତି କାମଦେବ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ। ଶୋଭାଯାତ୍ରାରେ ସୂର୍ଯ୍ୟମଣି ବିଶ୍ବାଳ, ପୂର୍ବତନ ସରପଞ୍ଚ ଅଶ୍ବିନୀ କୁମାର ବିଶ୍ବାଳ, ନିତ୍ୟାନନ୍ଦ ବିଶ୍ବାଳ, ପ୍ରାଣକୃଷ୍ଣ ବିଶ୍ବାଳ, ସଂଜୀବ କୁମାର ବିଶ୍ବାଳ, ଶୁଭେନ୍ଦୁ କୁମାର ବିଶ୍ବାଳ, ନୀଳମଣି ବିଶ୍ବାଳ, ବିଜୟ କୁମାର ବିଶ୍ବାଳ, ନରେନ୍ଦ୍ର କୁମାର ବିଶ୍ବାଳ, ଉମାକାନ୍ତ ବିଶ୍ବାଳ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।
Follow Us