୭୦ ହଜାର ପାଇଁ ଏବେ ୧ଲକ୍ଷ ୩୦ ହଜାର ଗଣିବ ବୀମା କମ୍ପାନୀ

ଖାଉଟି ଅଦାଲତରେ ବୀମା କମ୍ପାନି ଦଣ୍ଡିତ

ସ୍ବାସ୍ଥ୍ୟ ବୀମା କିଣିବାରେ ୪୦-୫୦ ବର୍ଷୀୟ ଆଗରେ: ଲକ୍ଷେ କୋଟି ଟପିବ ସ୍ବାସ୍ଥ୍ୟ ବୀମା ବଜାର

The Indian Express

ଝାରସୁଗୁଡ଼ା: ବୀମା ପଲିସି ଥିବା ସତ୍ତ୍ବେ ବ୍ରଜରାଜନଗର ଗାନ୍ଧୀ ଛକ ଜଗନ୍ନାଥ କଲୋନିର ଆଇନ୍‌ଜୀବୀ ବିଶ୍ବନାଥ ଦତ୍ତଙ୍କୁ କମ୍ପାନି ଚିକିତ୍ସା ଖର୍ଚ୍ଚ ପ୍ରଦାନ କଲାନି। ଜିଲ୍ଲା ଖାଉଟି ଅଦାଲତ ଏହି ମାମଲାର ବିଚାର କରି ମଣିପାଲକ୍ଲିଙ୍ଗ ହେଲ୍‌ଥ ଇନ୍‌ସୁରାନ୍ସ କମ୍ପାନିକୁ ଦଣ୍ଡିତ କରିଛନ୍ତି। ଶ୍ରୀ ଦତ୍ତଙ୍କର ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇଥିବା ୭୦,୮୮୫ ଟଙ୍କା, ମାନସିକ ନିର୍ଯାତନା ବାବଦକୁ ୫୦ହଜାର ଟଙ୍କା ଓ ମାମଲା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ୧ ମାସ ମଧ୍ୟରେ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖାଉଟି ଅଦାଲତର ସଭାପତି ଜିଗୀସା ମିଶ୍ର ଓ ସଦସ୍ୟ ସଞ୍ଜୁ ଅଗ୍ରୱାଲ ରାୟ ଶୁଣାଇଥିବା ବେଳେ ଅଭିଯୋଗକାରୀ ନିଜେ ମାମଲା ପରିଚାଳନା କରିଥିଲେ। ଅଭିଯୋଗ ଅନୁସାରେ, ଶ୍ରୀ ଦତ୍ତ ୨୦୨୦ ଅକ୍ଟୋବର ୧୧ ତାରିଖରେ ତାଙ୍କର ସ୍ବାସ୍ଥ୍ୟ ବୀମା ରିନ୍ୟୁ କରିଥିଲେ।

ଯାହା ବର୍ଷକ ପାଇଁ ବୈଧ ଥିଲା। ସେହିବର୍ଷ ଡିସେମ୍ବର ମାସରେ ଶ୍ରୀ ଦତ୍ତଙ୍କର ଗଲବ୍ଲାଡର ‌ଷ୍ଟୋନ ଥିବା ଜଣାପଡ଼ିବା ପରେ ସେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଇଥିଲା। ଡିସଚାର୍ଜ ହେବା ପରେ ୨୦୨୧ ଜାନୁଆରି ୬ ତାରିଖରେ ଶ୍ରୀ ଦତ୍ତ ୭୦,୮୮୫ ଟଙ୍କାର ଚିକିତ୍ସା ଖର୍ଚ୍ଚ ସମ୍ପର୍କରେ ବୀମା କମ୍ପାନି ନିକଟରେ ଦାବି କରିଥିଲେ। କିନ୍ତୁ ୨୨ ତାରିଖରେ କମ୍ପାନି ଏକ ଇ- ମେଲ୍‌ କରି ଦାବିକୁ ଅଗ୍ରାହ୍ୟ କରିଥିଲା। ବୀମା ନେବାର ୨୪ ମାସ ମଧ୍ୟରେ ନିର୍ଦ୍ଦିଷ୍ଟ ଏହି ରୋଗ ହେଲେ କମ୍ପାନି ବୀମା ଟଙ୍କା ପ୍ରଦାନ କରିବାର ନିୟମ ନଥିବା ଦର୍ଶାଇଥିଲା। ଏହାପରେ ଆଇନ୍‌ଜୀବୀ ଶ୍ରୀ ଦତ୍ତ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe