ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା: ଚିକିଟି ମହାବିଦ୍ୟାଳୟ ଆମ୍ପିଅନ

ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ୧୦ମ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି...

IMG-20241125-WA0194

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ୧୦ମ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଉଦ୍‌ଘାଟନ କରିଥିବାବେଳେ, ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ସଭାପତି ବଳରାମ ସାହୁ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ୧୪ଟି ମହାବିଦ୍ୟାଳୟର ୨୦୦ ଜଣ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଥିଲେ।

ଫାଇନାଲ ମ୍ୟାଚ୍‌ରେ ଚିକିଟି ମହାବିଦ୍ୟାଳୟ, ଚିକିଟି ଓ ମୀନକେତନ ମହାବିଦ୍ୟାଳୟ, ଗୁରାଣ୍ଡି  ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ଚିକିଟି ମହାବିଦ୍ୟାଳୟ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ଭୂମି ହୋଇ ରହିଛି: ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ  ପରିଦର୍ଶକ ଭାବେ ରାଜେଶ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାକୁ ସରୋଜ କୁମାର ପାଢ଼ୀ,କେ.ରଘୁନାଥ ରେଡି,କେ.ଶ୍ରୀନିବାସ ଦୋରା,ପ୍ରଣୟ ରଞ୍ଜନ ଦାସ ଏବଂ ସନ୍ତୋଷ କୁମାର ବିଷୋୟୀ ପରିଚାଳନା କରିଥିଲେ।

IMG-20241125-WA0196

ମହାବିଦ୍ୟାଳୟ କ୍ରୀଡା ଶିକ୍ଷକ ସରୋଜ କୁମାର ଦାଶ, କ୍ରୀଡା ସଂସଦ ଉପ ସଭାପତି ଆବେଦ୍ ମଣ୍ଡଳ୍, ସହ ସଭାପତି ସଂଗ୍ରାମ କେଶରୀ ପଣ୍ଡା ଏବଂ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ନଭେମ୍ବର ୨୯ରେ ପ୍ରଧାନମନ୍ତ୍ରୀଙ୍କ ୩ଦିନିଆ ଓଡ଼ିଶା ଗସ୍ତ: ଆଇନ ମନ୍ତ୍ରୀଙ୍କ ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe