ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଦୈନନ୍ଦିନ ଯୋଗ କରିବାକୁ ନେଲେ ଶପଥ

ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଦୈନନ୍ଦିନ ଯୋଗ କରିବାକୁ ନେଲେ ଶପଥ

ଘୁ.ଉଦୟଗିରି: ଅନ୍ତର୍ଜାତୀୟ ଯୋଗ ଦିବସରେ ଘୁ.ଉଦୟଗିରି ପତଞ୍ଜଳି ଯୋଗ ସମିତି, ଏନଏସି, ବ୍ଲକ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିବିର ଆୟୋଜନ ହୋଇଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ଉପଲବ୍ଧ କରି ଦୈନିକ ଯୋଗ, ପ୍ରାଣାୟାମ, ଧ୍ୟାନକୁ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ସହିତ ମୋର ପରିବାର, ବନ୍ଧୁ ଏବଂ ସମାଜକୁ ଏ ଦିଗରେ ଉତ୍ସାହିତ କରିବି ବୋଲି ଶପଥ ନେଇଛନ୍ତି ସମସ୍ତେ। ଘୁ.ଉଦୟଗିରି ଏନ୍‌ଏସି ତରଫରୁ ଆଜି ସ୍ଥାନୀୟ ହବାକ ହାଇସ୍କୁଲ ଖେଳ ପଡ଼ିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏନ୍ ଏ ସି ଦେବସ୍ମିତା ଶତପଥୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଙ୍କ ବକ୍ତବ୍ୟ ରେ ଅନ୍ତର୍ଜାତୀୟ ଯୋଗ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ ବରଂ ଦୈନନ୍ଦନ ଜୀବନ ଶୈଳୀରେ ଏହା ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହ ସାମାଜିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କହିଥିଲେ।

ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ୍ କଂ ସହିତ ଯୋଗ ଦିବସ ଶିବିର ରେ ଅନ୍ୟ ଅତିଥି ମାନଙ୍କ ଭିତରେ ହବାକ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ସ୍ଥାନୀୟ କାଉନସିଲର ସିଦ୍ଧେସ୍ଵରୀ ନାୟକ , ପୋଲିସ ଏସ୍. ଆଇ ରଞିତା ବେହେରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଟ୍ରେନିଂ ସ୍କୁଲ୍ ର ଛାତ୍ର ଛାତ୍ରୀ, ହବାକ୍ ହାଇସ୍କୁଲ ର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବି, ସମସ୍ତ ଏନ୍ ଏ ସି କର୍ମଚାରି ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଯୋଗଗୁରୁ ବଟକୃଷ୍ଣ ଦାସ ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ପ୍ରଭାତ ରଂଜନ ସାହୁ ଏବଂ ଏମ ଆଇ ଏସ ମୁକେଶ ରଂଜନ ନାୟକ ପରିଚାଳନା କରିଥିଲେ।

ସେହିଭଳି ବ୍ଲକ ତରଫରୁ ସରକାରୀ ବାଳିକା ବିଦ୍ଯାଳୟ ଖେଳ ପଡିଆରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା। ଏଥିରେ ବ୍ଲକ ଅଧକ୍ଷା ସୁଷମା ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କାଯ୍ଯକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନକଂ ମଧ୍ଯ ରେ ଏଇଇ ଅସିତ କୁମାର ସେଠୀ,ଏଇ ବାଳକ୍ରୁଷ୍ନ ମିଶ୍ର, ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଳୟ କୁମାର ନାୟକ, ସାମ୍ବାଦିକ ଅରୁଣ କୁମାର ଷଡଗୀଂ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ଯୋଗ ପ୍ରଭାରୀ  ବଟ କ୍ରୁଦ୍ଧ ଦାଶ ଯୋଗ ଶିକ୍ଷା ଦେଇଥିଲେ। ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜ୍ଯୋତି ପ୍ରକାଶ ସାହୁ, ଶ୍ଯାମଳ ବେହେରା, ଯାକେସ ପ୍ରଧାନ, ପ୍ରଫୁଲ ପାଣିଗ୍ରାହୀ, ବାବୁଲା ସାହୁ, ବିଶ୍ୱଜିତ୍ ନାୟକ, ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବାଳିକା ବିଦ୍ଯାଳୟ ଛାତ୍ରୀମାନଙ୍କ ସହିତ ସରପଂଚ, ଗ୍ରାମ ସାଥି, ଏସଏଚଜି ମହିଳା, ସିଆରପି, ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe