ଭଦ୍ରକ: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ।
ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଲୋକେ ଭାଙ୍ଗି ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା।
ଧାମନଗର ଏନଏସି ଓ ଦୋବଲରେ ୧୬୩ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପଥରମାଡ଼ ଘଟଣାରେ ପୁଲିସ ପକ୍ଷରୁ ୯ ଜଣକୁ ଅଟକ ରଖାଯାଇଛି।
Follow Us