ଆଦିବାସୀ ଯୁବତୀଙ୍କ ମୃତ୍ୟୁ ଘଟଣା: ଚନ୍ଦ୍ରପୁରରେ ପହଞ୍ଚିଲା ତଦନ୍ତ କମିଟି

Advertisment
ଆଦିବାସୀ ଯୁବତୀଙ୍କ ମୃତ୍ୟୁ ଘଟଣା: ଚନ୍ଦ୍ରପୁରରେ ପହଞ୍ଚିଲା ତଦନ୍ତ କମିଟି

ରାୟଗଡ଼ା: ରାୟଗଡା ଜିଲ୍ଲାର ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଚନ୍ଦ୍ରପୁର ମେଡିକାଲ ଭିତରେ ରହିଥିବା ପରିତ୍ୟକ୍ତ କୋଠାରେ ଲକ୍ଷ୍ମୀ ମାଝୀଙ୍କୁ ହତ୍ୟା କରାଯାଉଥିବା ସ୍ଥାନକୁ ଏକ ତଦନ୍ତ କମିଟି ଯାଇ ଦେଖିବା ସହ ଚନ୍ଦ୍ରପୁର ଥାନାରେ ରହିଥିବା ଏସଡିପିଓଙ୍କ ସହ ସାକ୍ଷାତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ କମିଟି ଦାବି କରିଥିଲା। ମେଡିକାଲ ଭିତରେ ଲକ୍ଷ୍ମୀ ମାଝୀଙ୍କୁ ପୋଡ଼ି ଦିଆଯାଇଥିବାରୁ ଏହି ଆଦିବାସୀ ଯୁବତୀଙ୍କ ମୃତ୍ୟର ବିଚାର ବିଭାଗୀୟ ତଦନ୍ତ ପାଇଁ ସିପିଆଇ(ଏମଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚାର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି।

ମୃତ ଆଦିବାସୀ ଝିଅ ଏଲିଶା ନାମକ ଏକ ଏନ୍‌ଜିଓ ରେ ୨୦୧୯ ଠାରୁ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ପିତା ବେଲଦାର ମାଝୀଙ୍କ କହିବା ଅନୁସାରେ ଲକ୍ଷ୍ମୀ ମାଝୀଙ୍କୁ ହତ୍ୟାକରି ପୋଡ଼ି ଦିଆଯାଇଛି। ସେ ଆତ୍ମହତ୍ୟା କରିନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇତିଶ୍ରୀ ମାମଲାରେ ମଧ୍ୟ ପୁଲିସ କିଛି ଆକ୍ସନ ନେବାରେ ବିଳମ୍ବ ହେଇଥିଲା ଓ ପରେ ଦୋଷୀ କିଏ ଜାଣିବା କଷ୍ଟ ହେଲା। ତେଣୁ ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରିବାକୁ ତିରୁପତି ଗମାଙ୍ଗ ଦାବି କରିଛନ୍ତି। ଏହି ତଦନ୍ତ କମିଟିରେ ବୃନ୍ଦାବନ ବିଡିକା, ଯୋହନ କ୍ରେପୁଟିକା, ଆନନ୍ଦ ପ୍ରସ୍କା, କରୁଣାକର ଲିମା, ସୁନୀଲ ପ୍ରାସ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe