ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗ ପରିଷଦ (ଆଇଏନଡବ୍ଲୁଇସି)ର ଏକ ପ୍ରତିନିଧିମଣ୍ଡଳୀ ଗତ ୨୨ ତାରିଖରେ ଟାଟାଷ୍ଟିଲର କଳିଙ୍ଗନଗର କାରଖାନାକୁ ଏକ ଦିନିକିଆ ଗସ୍ତ କରିଥିଲା । ପରିଷଦର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗସ୍ତ ସମୟରେ ପ୍ରତିନିଧିମଣ୍ଡଳୀର ସଦସ୍ୟାମାନେ ଟାଟା ଷ୍ଟିଲ କଳିଙ୍ଗନଗର ଉପସଭାପତି ରାଜୀବ କୁମାରଙ୍କ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ଟାଟାଷ୍ଟିଲର ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ।
ଏହି ଗସ୍ତ ଆରମ୍ଭରେ ସଦସ୍ୟାମାନଙ୍କୁ ଟାଟା ଷ୍ଟିଲ ସଂପର୍କରେ ସୂଚନା ଦିଆଯାଇଥିଲା । ତା’ପରେ ସେମାନେ କାରଖାନାର ବିଭିନ୍ନ କାର୍ଯ୍ୟକୁ ବୁଲି ଦେଖିଥିଲେ। ଏହା ପରେ ଏକ ବୈଷୟିକ ଆଲୋଚନା ହୋଇଥିଲା ଯେଉଁଥିରେ ଟାଟାଷ୍ଟିଲ କାରଖାନାର ବିଭିନ୍ନ ଜଟିଳ ପ୍ରକ୍ରିୟା ସଂପର୍କରେ ସୂଚନା ଦିଆଯାଇଥିଲା । ଏହାଛଡ଼ା ଏହି ପ୍ରତିନିଧି ଦଳର ସଦସ୍ୟାମାନେ ଟାଟା ଷ୍ଟିଲର ମହିଳା କର୍ମଚାରୀଙ୍କ ସହ ମତବିନିମୟ କରିଥିଲେ, ବିଶେଷ କରି ଏକ ତିନି ସିଫ୍ଟ ବିଶିଷ୍ଟ କାର୍ଯ୍ୟ ପରିବେଶରେ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ ।
/sambad/media/post_attachments/wp-content/uploads/2024/02/WhatsApp-Image-2024-02-24-at-20.56.43-1024x768.jpeg)
ଏହି ଗସ୍ତ ସମୟରେ ଟାଟା ଷ୍ଟିଲର ପରିଚାଳନାଗତ ଦୃଷ୍ଟିକୋଣ, ନିରନ୍ତର ପଦକ୍ଷେପ ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ବବଦ୍ଧତା ସଂପର୍କରେ ପ୍ରତିନିଧିମଣ୍ଡଳୀ ଅବଗତ ହୋଇଥିଲା । ସେହିପରି ଲିଙ୍ଗଗତ ବିବିଧତା ପ୍ରତି ଟାଟାଷ୍ଟିଲର ପ୍ରତିବଦ୍ଧତା ଏବଂ ଆଇଏନଡବ୍ଲ୍ୟୁଇସିର ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରିବା ଦୁଇପକ୍ଷ ମଧ୍ୟରେ ସହଯୋଗିତା ସମ୍ଭାବନା ପାଇଁ ସୁଯୋଗ ସୃଷ୍ଟି କରିଥିଲା ।
ବାଲେଶ୍ୱର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ମହିଳା ଉଦ୍ୟୋଗୀ କମିଟି(ବିସିଆଇସିଡବ୍ଲ୍ୟୁଇ)ର ମିଳିତ ଉଦ୍ୟମକ୍ରମେ ଆଇଏନଡବ୍ଲ୍ୟୁଇସିର ଆବାହକ ବିବିଧ ବ୍ୟବସାୟିକ ପୃଷ୍ଠଭୂମି ଥିବା ବିସିଆଇସିଡବ୍ଲୁଇର ୧୦ ଜଣ ମହିଳାଙ୍କୁ ଆମନ୍ତ୍ରଣ କରିଥିଲେ। ବିସିଆଇସିଡବ୍ଲ୍ୟୁଇର ଆବାହକ ସୁପ୍ରୀତି ମିଶ୍ର ଆଇଏନଡବ୍ଲୁଇସି ସହିତ ମିଶି ସଂଗଠନ ପ୍ରଦାନ କରୁଥିବା ମୂଲ୍ୟବାନ ଶିକ୍ଷଣ, ବିକାଶ ଏବଂ ଅଭିବୃଦ୍ଧି ସୁଯୋଗକୁ ପ୍ରସଂଶା କରିଥିଲେ । ଏହି ଭାଗିଦାରୀ ବାଲେଶ୍ୱରର ମହିଳା ଉଦ୍ୟୋଗୀଙ୍କ ଉଦ୍ୟୋଗୀ ଭାବନାକୁ ପ୍ରେତ୍ସାହିତ କରିବା ଦିଗରେ ଉଦ୍ଦିଷ୍ଟ ।
ଆଇଏନଡବ୍ଲୁଇସି ସଦସ୍ୟାମାନେ ଟାଟା ଷ୍ଟିଲ୍ ସହ ମିଳିତ ଉଦ୍ୟମର ସମ୍ଭାବନା ବିଷୟରେ ଆଗ୍ରହ ପ୍ରକାଶ କରିଥିଲେ। ଗସ୍ତ ଶେଷରେ ଏହି ଆତିଥ୍ୟ ଓ ସହଯୋଗ ପାଇଁ ଟାଟା ଷ୍ଟିଲକୁ ପ୍ରତିନିଧିମଣ୍ଡଳୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ପ୍ରତିନିଧିମଣ୍ଡଳୀ ପକ୍ଷରୁ ଆଇଏନଡବ୍ଲୁଇସି ଆବାହକ ଟାଟା ଷ୍ଟିଲ କଳିଙ୍ଗନଗରର ଉପସଭାପତି ରାଜୀବ କୁମାର, ଜିଏମ ଅପରେସନ୍ସ କରମବୀର ସିଂହ, ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍ସ ମୁଖ୍ୟ ଅଜିତ କର, ମେକାନିକାଲ୍ ମେଣ୍ଟେନାନ୍ସ ମୁଖ୍ୟ ଶଙ୍କର ବିଶ୍ୱାସ ଏବଂ କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଥିଲେ ।
  
 Follow Us