ସମ୍ବଲପୁରରେ ଆଇପିଏଲ୍‌ ବେଟିଂ ଉପରେ ଚଢ଼ାଉ: ୫ ବୁକି ଗିରଫ, ୧୫ ହଜାର ଟଙ୍କା ଜବତ

Advertisment

ଛୋଟ ମାଛ ଧରାପଡ଼ିଲେ, ବଡ଼ କେବେ?

ଛୋଟ ମାଛ ଧରାପଡ଼ିଲେ, ବଡ଼ କେବେ?

ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ସମ୍ବଲପୁର: ବ୍ରହ୍ମପୁରରେ ବଡ଼ ଧରଣର ଆଇପିଏଲ୍‌ ବେଟିଂ ଧରାପଡ଼ିବା ପରେ ପୁଣିଥରେ ସମ୍ବଲପୁରର ବେଟିଂ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ସମ୍ବଲପୁର ପୁଲିସ୍‌ର ଛତ୍ରଛାୟାରେ ୧ମାସରୁ ଅଧିକ ଦିନ ଧରି ଏହି ବେଟିଂ ଚାଲିଆସିଥିଲେ ସୁଦ୍ଧା ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ସହରର ୩ଟି ସ୍ଥାନରେ ଆଇପିଏଲ୍‌ ବେଟିଂ ଜୋରସୋର୍‌ରେ ଚାଲିଥିବା ସମୟରେ ୪ ଥାନାଧିକାରୀଙ୍କ ଛତ୍ରଛାୟାରେ ଏହି କାଣ୍ଡ ଚାଲିଥିବା ନେଇ ଶନିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ୪ଟି ଥାନାର ୪ଟି ଟିମ୍‌ ଓ ସ୍ପେସାଲ୍‌ ସ୍କ୍ଵାଡ୍‌ର ଗୋଟିଏ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ପୁଲିସ୍‌ ପକ୍ଷରୁ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୫ଜଣ ବୁକିକୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ କ୍ଷେତରାଜପୁର ଥାନା ଦୁର୍ଗାପାଲିର ସୋମନାଥ ଘୋଷ(୩୮), ମୁଙ୍ଗାପଡ଼ାର ରାକେଶ ନିଖଟିଆ(୨୮), ଧନୁପାଲି ଥାନା ସାକ୍ଷୀପଡ଼ାର ବିନୋଦ ସୋରେନ୍‌(୩୨), ସୁନାପାଲିର ବିକାଶ ରାଉତ(୨୫), ଟାଉନ୍‌ ଥାନା ତଅଁଲାପଡ଼ାର ବାବଲୁ ପ୍ରଧନେ(୩୦)।

ଏନେଇ ସମ୍ପୃକ୍ତ ଥାନା ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସମୟରେ ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍‌ ନଗଦ ୧୫୧୫୦ ଟଙ୍କା ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଶନିବାର ପୁଲିସ୍‌ ଗିରଫ କରିଥିବା ୫ ଜଣ ବୁକିଙ୍କ ମଧ୍ୟରୁ ଜଣେ ମୁଖ୍ୟ କାର୍ପଟଦାର ରହିଥିବା ସମୟରେ ଏବେ ବି ଆଉ ୩ ଜଣ ବାହାରେ ବୁଲୁଛନ୍ତି। ଏପରିକି ଖବର ପ୍ରକାଶ ପରେ ବେଟିଂ ଚାଲିଥିବା ଗୋଟିଏ କେନ୍ଦ୍ରକୁ ଶନିବାର ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି।

ସହରର ବରେଇପାଲି, ବୁର୍ଲା, ଗେଇଟି ଟକିଜ ଛକରେ ଏହି ବେଟିଂ ଜୋରସୋର୍‌ରେ ଚାଲିଛି। ମୋଟ ୫ ଜଣ ବୁକି ଏହି ୩ଟି ସ୍ଥାନର ବେଟିଂକୁ ପରିଚାଳନା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ୩ ବର୍ଷ ତଳେ ଆଇପିଏଲ୍‌ ବେଟିଂ ସମୟରେ ଧରାପଡ଼ି ଜେଲ୍‌ ମଧ୍ୟ ଯାଇଥିଲେ। ତେଣୁ ସହରରେ ଗୋଟିଏ ବର୍ଷ ଆଇପିଏଲ୍‌ ବେଟିଂ ବାଦ୍‌ ପଡ଼ିବା ପରେ ଏବେ ପୁଣିଥରେ ଏହା ଜାରି ରହିଛି। ଏଭଳିକି ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ହିଁ କେଉଁ ସ୍ଥାନରେ ବେଟିଂ ହେବ ତାହା ଚିହ୍ନଟ କରାଯାଇଥିଲା ଓ ସେନେଇ ଥାନାଧିକାରୀମାନଙ୍କୁ ବି ଯୋଗାଯୋଗ ହୋଇଥିଲା। ସେହି ଆଧାରରେ ଏହି ବେଟିଂ ଜାରି ରହିଛି।

ମ୍ୟାଚ୍‌ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ କାଉଣ୍ଟର ଆରମ୍ଭ ହେଉଥିବା ସମୟରେ ଟସ୍‌ ନେଇ ପ୍ରତି ବଲ୍‌ ପିଛା, ୱିକେଟ୍‌ ପିଛା ଟଙ୍କା ଲାଗୁଛିଯ ଏଭଳିକି ଜଣେ ଜଣେ ର୍ନିଦ୍ଧିଷ୍ଟ ଖେଳାଳିଙ୍କ ସ୍କୋର୍‌ ପାଇଁ ଲକ୍ଷେ ଟଙ୍କା ଯାଏ ବେଟିଂ ହେଉଥିବା ଜଣାପଡ଼ିଛି। ବର୍ତ୍ତମାନ ଜଣେ ମାତ୍ର ମୁଖ୍ୟ ବୁକି ଧରା ପଡ଼ିଥିବା ସମୟରେ ଆଉ ୩ ଜଣ ବଡ଼ ବୁକି କେବେ ଧରାପଡ଼ିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଓ ଖୁବ୍‌ ଶୀଘ୍ର ଅନ୍ୟମାନେ ମଧ୍ୟ ଧରାପଡ଼ିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe