ଝାରସୁଗୁଡା: ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଭାବରେ ଆଇପିଏସ୍ ରାହୁଲ ପିଆର୍ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଠାରେ ଏସ୍ପି ଥିବା ଅଶ୍ବିନୀ ମହାନ୍ତି ଆଜି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଅପରାହ୍ନରେ ଶ୍ରୀ ମହାନ୍ତି ନୂତନ ଭାବରେ ଯୋଗ ଦେଇଥିବା ଶ୍ରୀ ରାହୁଲଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହା ପୂର୍ବରୁ ଶ୍ରୀ ରାହୁଲ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ-ସିଆଇଡିର ଏସ୍ପି ଭାବରେ ଅବସ୍ଥାପିତ ଥିଲେ। ଜଣେ ଦକ୍ଷ ଓ ସୁନମଧନ୍ୟ ପୁଲିସ ଅଫିସର ଭାବରେ ଜଣାଶୁଣା ଶ୍ରୀ ରାହୁଲ ଜିଲ୍ଲାରେ ଏସ୍ପି ଦାୟିତ୍ବ ନେବା ପରେ କରୋନା ମୁକାବିଲାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
ଝାରସୁଗୁଡା: ଆଇପିଏସ୍ ରାହୁଲ ପିଆର୍ କାର୍ଯ୍ୟରେ ଯୋଗଦେଲେ
Advertisment
Follow Us