Sambad
ଭଦ୍ରକ: ୧୯୭୩ ମସିହାରେ ଭଦ୍ରକରେ ପ୍ରତିଷ୍ଠା ହୋଇଛି ଉଠା ଜଳସେଚନ ଡିଭିଜନ ଅଫିସ। ଏହି ଅଫିସ ମୂଳରୁ ଭଡ଼ାରେ ଚାଲିଛି। ୫୦ ବର୍ଷ ହେଲା ଜଗା ଖୋଜୁଛି ବିଭାଗ। ପ୍ରଶାସନ ଜାଗା ଯୋଗାଇବାରେ ହୋଇଛି ବିଫଳ। ନିଜସ୍ଵ ଜାଗା ପାଇଁ କତ୍ତୃପକ୍ଷଙ୍କ ପ୍ରଶାସନକୁ ଦେଇଥିବା ଚିଠି ମୂଳେ ସରକାର ଏଥିନେଇ ଆବଶ୍ୟକ ଜମି ଯୋଗାଇ ଦେବାକୁ ଭଦ୍ରକ ତହସିଲଦାରଙ୍କୁ ଚିଠି ପରେ ଚିଠି ଲେଖୁଛନ୍ତି। କିନ୍ତୁ ରାଜସ୍ୱ ବିଭାଗ ଫାଇଲ ଭିତରେ ହଜି ଯାଇଛି ଜମି ଯୋଗାଇ ଦିଆଯିବା ପ୍ରସଙ୍ଗ। ଗତ ୧୯୭୩ ମସିହାରେ ଭଦ୍ରକ ଉଠା ଜଳ ସେଚ ଡିଭିଜନ ଗଠିତ ହୋଇଥିଲା।
ତେବେ ନିଜସ୍ୱ ଜାଗା ନଥିବାରୁ ଭଡା ଘରେ ଅଫିସ କାର କ୍ଷମ ରହିଥିଲେ ମଧ୍ୟ ଭଦ୍ରକ ତହସିଲ ଅଧୀନସ୍ତ ଅପତିବିନ୍ଧା ମୌଜାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଗରେ ଥିବା ୬ ଡ଼ିସିମିଲ ଏବଂ ଗବସାହି ହାଉସିଂ କଲୋନୀ ପରିସରରେ ଥିବା ୫୭ ଡିସମିଲ ଅନାବାଦୀ କିସମ ଜମିରେ ପମ୍ପ ହାଉସ ନିର୍ମାଣ କରି ବ୍ୟବହାର କରି ଆସୁଥିଲେ। ଏଥିପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ହୋଲଡିଂ ଟିକସ ଦେଇ ଆସୁଥିଲେ। ତେବେ ପରବର୍ତ୍ତୀ ସମୟରେ ଗବସାହି ହାଉସିଂ କଲୋନୀ ନିର୍ମାଣ ହେବା ଯୋଗୁ ବିଭାଗକୁ କେବଳ ୬ ଡିସମିଲ ଜାଗା ଛଡା ଯାଇ ଅବଶିଷ୍ଟ ଜମିକୁ ହାଉସିଂ କତ୍ତୃପକ୍ଷ ଅଧିଗ୍ରହଣ କରି ନେଇଥିଲେ। ୨୦୦୯ ମସିହାରେ ଏହି ୬ ଡିସମିଲ ଜମିକୁ ଓ ଉଠା ଜଳ ସେଚନ ବିଭାଗକୁ ହସ୍ତାନ୍ତର କରିବାକୁ ସରକାର ରାଜସ୍ୱ ବିଭାଗକୁ ନିର୍ଦେଶ ଦେବା ପରେ ଏଥିନେଇ ଟାଉନପ୍ଲାନିଂ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ଯୌଥ ସର୍ବେକ୍ଷଣ କରାଯାଇ ଏହି ଜମିରେ ପମ୍ପ ହାଉସ ପରିବରର୍ତେ ଡିଭିଜନ/ସବଡିଭିଜନ ଅଫିସ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା।
Sambadହେଲେ ବିଭାଗୀୟ ଅବହେଳା ଯୋଗୁଁ ହେଉ ଅଥବା ରାଜସ୍ୱ ବିଭାଗ ଅସହଯୋଗ ଯୋଗୁ ହେଉ ସମ୍ପୃକ ଜମିର ହସ୍ତାନ୍ତର ସମ୍ଭବ ହୋଇ ନଥିଲା। ଏଥିନେଇ ଏବେ ସୁଦ୍ଧା ବିଭାଗ ତରଫରୁ ପ୍ରୟାସ ଜାରି ଥିଲେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା ଚୁଡାନ୍ତ ହୋଇନଥିବା ବେଳେ ଚିନ୍ହିତ ଜମି କୁ ଦଖଲ ଦେଉ ନାହାନ୍ତି ଗ୍ରାମବାସୀ। ଚିହ୍ନଟ ଜାଗାରେ କିଏ ପାର୍କ କରିବାକୁ ତ କିଏ ମନ୍ଦିର ନିର୍ମାଣ କରିବାକୁ ଅଡି ବସିଛନ୍ତି ସ୍ତାନୀୟ ଲୋକେ। ତେଣେ ନଜସ୍ବ ଘର ନଥିବାରୁ ଗତ ପ୍ରାୟ ୫୦ ବର୍ଷ ଧରି ଭଡା ଘରେ ଅଫିସ ଚାଲୁଛି। ଯେଉଁଠି ନା ଗାଡି ପାର୍କିଂର ବ୍ୟବସ୍ତା ଅଛି ନା ପ୍ରବେଶ ପ୍ରସ୍ଥାନ ପାଇଁ ସୁବିଧା ରହିଛି। ତେଣେ ଜାଗାର ମାଲିକାନା ନଥାଇ ମଧ୍ୟ ଗତ ୫୦ ବର୍ଷ ଧରି ସରକାରଙ୍କୁ ଭୂମି ଟିକସ ଗଣୁଛନ୍ତି କତ୍ତୃପକ୍ଷ। ଗୋଟିଏ ପଟରେ ଉଠା ଜଳସେଚ ଭଳି ଏକ କୃଷି ଉପଯୋଗୀ ସଂସ୍ଥା ପ୍ରତିଷ୍ଠା ହେବାର ୫୦ ବର୍ଷ ବିତିଥିଲେ ମଧ୍ୟ ସରକାର/ଜିଲ୍ଲା ପ୍ରଶାସନ ସମ୍ପୃକ ସଂସ୍ଥା ପାଇଁ ଜମି ଖଣ୍ଡେ ଯୋଗାଡ କରି ନପାରିବା ଘଟଣା ପ୍ରଶାସନିକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ପ୍ରଶାସନ ସ୍କୁଲ, କଲେଜ, କ୍ଳବଘର, ନାଟ ମନ୍ଦିର, ପାଇଁ ଜାଗା ଯୋଗାଇ ଦେଉଛନ୍ତି ହେଲେ ଏକ ସରକାରୀ ଅଫିସ ପାଇଁ ଦଖଲରେ ଥିବା ମାତ୍ର କେଇ ଡିସମିଲ ଜମି ଯୋଗାଇ ଦେଇ ନପାରିବା ଘଟଣା ଭଦ୍ରକ ମୁଖ୍ୟାଳୟରେ ବିଭାଗର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us