ପ୍ରଶାସନର ନଜରରେ ହନୁମାନ ଅକ୍ସିଜେନ୍ ପ୍ଲାଣ୍ଟ୍ ଶିଳ୍ପ ସଂସ୍ଥାକୁ ଅକ୍ସିଜେନ୍ ଯୋଗାଣ ଉପରେ ଅଙ୍କୁଶ

Advertisment

୪ ଜିଲ୍ଲାର କୋଭିଡ଼୍ ହସପିଟାଲ ଓ ମେଡ଼ିକାଲକୁ ଯୋଗାଇବାକୁ ନିର୍ଦେଶ

୪ ଜିଲ୍ଲାର କୋଭିଡ଼୍ ହସପିଟାଲ ଓ ମେଡ଼ିକାଲକୁ ଯୋଗାଇବାକୁ ନିର୍ଦେଶ

ପ୍ରଶାସନର ନଜରରେ ହନୁମାନ ଅକ୍ସିଜେନ୍ ପ୍ଲାଣ୍ଟ୍ ଶିଳ୍ପ ସଂସ୍ଥାକୁ ଅକ୍ସିଜେନ୍ ଯୋଗାଣ ଉପରେ ଅଙ୍କୁଶ

Sambad

ରାୟଗଡ଼ା: ଜେକେପୁର କୋଭିଡ଼୍ ହସପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ଗୁରୁତର କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅକ୍ସିଜେନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ରାୟଗଡ଼ା ଜିଲ୍ଲାରେ ଥିବା ଏକ ମାତ୍ର ଅକ୍ସିଜେନ୍ ଯୋଗାଣ ସଂସ୍ଥା ଉପରେ ଅଙ୍କୁଶ ଲଗାଇଛି ପ୍ରଶାସନ। ଘରୋଇ, ଶିଳ୍ପ ସଂସ୍ଥା ବଦଳରେ ଅବିଭକ୍ତ କୋରାପୁଟର ୪ କୋଭିଡ଼୍ ହସପିଟାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅକ୍ସିଜେନ୍ ଯୋଗାଇବା ପାଇଁ ହନୁମାନ ଅକ୍ସିଜେନ୍ ପ୍ରାଇଭେଟ୍ ଲିମିଟେଡକୁ ନିର୍ଦେଶ ହୋଇଛି। ରାୟଗଡ଼ା ସହରର କୋଟଲାଗୁଡ଼ାରେ ରହିଛି ହନୁମାନ ଅକ୍ସିଜେନ୍ ପ୍ରାଇଭେଟ୍ ଲିମିଟେଡ୍। ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ୍ ବିଭିନ୍ନ ଶିଳ୍ପ ସଂସ୍ଥା, ଘରୋଇ ‌କଂପାନି ଓ ମେଡ଼ିକାଲକୁ ଅକ୍ସିଜେନ୍ ଯୋଗାଇ ଆସୁଛି। ଅକ୍ସିଜେନ୍ ପ୍ଲାଣ୍ଟର ପରିଚାଳକ ରବୀନ୍ଦ ବାରିକଙ୍କ କହିବାନୁଯାୟୀ କୋଭିଡ଼୍ ପୂର୍ବରୁ ପ୍ରତି ମାସରେ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଛୋଟ ସିଲିଣ୍ଡର ୧୫୦୦ରୁ ୧୬୦୦ଟି ଯୋଗାଇଥାଏ ସଂସ୍ଥା। ସେହିପରି ସଂସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛୋଟ ଏବଂ ଯୁଗ୍ମ ସିଲିଣ୍ଡର ୧୫ରୁ ୨୦ଟି ଯୋଗାଇଥାଏ। ଏବେ ଜିଲ୍ଲା ପ୍ରଶାସନର ନିର୍ଦେଶ ପରେ ୧୮ ତାରିଖରୁ ଶିଳ୍ପ ଓ ଘ‌ରୋଇ ସଂସ୍ଥାକୁ ପ୍ଲାଣ୍ଟରୁ ଅକ୍ସିଜେନ୍ ଯୋଗାଣ ବନ୍ଦ ରହିଛି। ୨୧ ତାରିଖରେ ଡ୍ରଗସ ଇନସପେକ୍ଟର-ଜିଲ୍ଲା ପ୍ରଶାସନ-ପୁଲିସ୍ ମିଳିତ ଭାବେ ପ୍ଲାଣ୍ଟକୁ ଆସି ସ୍ଥିତି ତଦାରଖ କରିବା ସହ ପ୍ରଶାସନର ବିନା ଅନୁମତିରେ କାହାକୁ ଅକ୍ସିଜେନ ନ‌ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି। ପ୍ରଶାସନର ନିର୍ଦେଶ ପରେ କେବଳ କୋଭିଡ଼୍ ହସପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରି ରଖାଯାଇଛି।

ରାୟଗଡ଼ା ଜେକେପୁର କୋଭିଡ଼୍ ହସପିଟାଲରେ ଦୈନିକ ୩୦ଟି ଅକ୍ସିଜେନ୍ ସିଲିଣ୍ଡର ବ୍ୟବହାର ହେଉଛି। ଏପ୍ରିଲ୍ ୧୮ରୁ ଆଜି ମଧ୍ୟରେ ୩ଟି ପର୍ଯ୍ୟାୟରେ ଜେକେପୁର ମେଡ଼ିକାଲକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବାକୁ ସଂସ୍ଥା ପ୍ରସ୍ତୁତ ରହିଛି। ସେହିପରି ମାଲକାନଗିରି କୋଭିଡ଼୍ ହସପିଟାଲକୁ ଦୁଇଟି ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ୧୧୯ଟି, ଦ୍ବିତୀୟ ପର୍ଯ୍ୟାୟରେ ୫୦ଟି ମୋଟ ୨୬୯ଟି ସିଲିଣ୍ଡର୍ ଯୋଗାଇ ଦିଆଯାଇଛି। ନବରଙ୍ଗପୁର ହସପିଟାଲରେ ଅକ୍ସିଜେନର ଆବଶ୍ୟକତା ବଢ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଆସନ୍ତାକାଲି ସକାଳେ ୪୦ଟି ସିଲିଣ୍ଡର ପଠାଇବାକୁ ନିର୍ଦେଶ ହୋଇଛି। ନବରଙ୍ଗପୁରରୁ ଗାଡ଼ି ପହଞ୍ଚିବା କ୍ଷଣି ସିଲିଣ୍ଡର ଲୋଡ୍ କରାଯିବ। ସେହିପରି ଆବଶ୍ୟକତା ଅନୁଯାୟୀ କୋରାପୁଟ କୋଭିଡ଼୍ ହସପିଟାଲକୁ ମଧ୍ୟ ଅକ୍ସିଜେନ୍ ରାୟଗଡ଼ାରୁ ହିଁ ଯୋଗାଇବାକୁ ନିର୍ଦେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe