ଗ୍ରାମ୍ୟ ଜଙ୍ଗଲ ଅଧିକାର ନେଇ ଦୁଇ ଗାଁ ମୁହାଁମୁହିଁ

Advertisment
ଗ୍ରାମ୍ୟ ଜଙ୍ଗଲ ଅଧିକାର ନେଇ ଦୁଇ ଗାଁ ମୁହାଁମୁହିଁ

Sambad

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ସାନ ଓଲମା ଗ୍ରାମ୍ୟ ଜଙ୍ଗଲ ଅଧିକାରକୁ ନେଇ ଗୁରୁବାର ଦୁଇ ଗାଁ ମୁହାମୁହି ହୋଇଛନ୍ତି। ବହୁ ବର୍ଷ ଧରି ଗ୍ରାମ୍ୟ ଜଙ୍ଗଲ ଅଧିକାର ନେଇ ବଡ ଓଲମା ଓ ସାନ ଓଲମା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି ଗୁରୁବାର ପୁଣି ଜଙ୍ଗଲ ଅଧିକାର ପାଇଁ ସାନ ଓଲମା ଜଙ୍ଗଲ ମଧ୍ୟରେ ଦୁଇ ଗାଁର ଲୋକେ ମୁହାମୁହି ହୋଇଛନ୍ତି।

ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ସିଙ୍ଗିଗୁଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ୧୨୮୦ ଏକର ରହିଥିବା ବେଳେ ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ନେଇ ଗତ ୨୦୦୫ ରେ ଭାଲୁଗୁଡ଼ା ଓ ଦାବ୍ରିଗୁଡାକୁ ୨୦୦ ଏକର ଓ  ୨୦୦୬ ମସିହାରେ ସାନ ଓଲମା, ପଙ୍ଗାଲ ଗୁଡା ଓ ଚିକିଲିଆ ଗୁଡା ଗ୍ରାମକୁ ଜଙ୍ଗଲ ସୁରକ୍ଷା କରିବାକୁ ୨୦୦ ଏକର ଜଙ୍ଗଲ ସୁରକ୍ଷା ପାଇଁ ଦିଆ ଯାଇଥିଲା। ଏବଂ ଦୁଇଟି ଗ୍ରାମ୍ୟ ସୁରକ୍ଷା କମିଟି କରାଯାଇଥିଲା।

ଦୁଇ ଜଙ୍ଗଲ ସୁରକ୍ଷା କମିଟି ଗଠନ ହେବା ପରେ ବନ ସଂରକ୍ଷଣ କମିଟି ତରଫରୁ ଆଜି ପର୍ଯ୍ୟନ୍ତ ୪୦୦ ଏକର ଜଙ୍ଗଲକୁ ସୁରକ୍ଷା ଦେଇ ଆସିବା ସହ ୨୦୨୦/୨୧ରେ ୧୦ ଏକର ପରିମିତ ସ୍ଥାନରେ ୧୬ ହଜାର ବୃକ୍ଷ ରୋପଣ କରିଛନ୍ତି। ତେବେ ସିଙ୍ଗିଗୁଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ବଡ ଓଲମା ଗ୍ରାମର ବୋଲି ବଡ ଓଲମା ଗ୍ରାମବାସୀ ପୂର୍ବରୁ ଦାବି କରି ଆସୁଛନ୍ତି। ଏବଂ ବହୁବାର ଉଭୟ ଗ୍ରାମବାସୀ ମଧ୍ୟରେ ଜଙ୍ଗଲ ଅଧିକାର ନେଇ ହାତାହାତି ହୋଇ ତହସିଲଦାର ଓ ବନାଞ୍ଚଳ ଅଧିକାରୀଙ୍କୁ ଅଭିଯୋଗ କରି ଆସିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ଏହି ଜଙ୍ଗଲ ସୁରକ୍ଷା ନେଇ କୌଣସି ସମାଧାନ ହେଇ ପାରୁ ନ ଥିବାରୁ ବଡ ଓଲମା ଗ୍ରାମବାସୀ ଅନଧିକୃତ ଭାବେ ସାନ ଓଲମା, ଭାଲୁ ଗୁଡା ଓ ଦାବ୍ରି ଗୁଡା ବନ ସଂରକ୍ଷଣ ସମିତିଙ୍କୁ ଅଣଦେଖା କରି ଜଙ୍ଗଲ ମଧ୍ୟରେ ଅବାଧରେ ପଶୁଛନ୍ତି। ଜୋ ଦ୍ଵାରା ଦୁଇ ବନ ସଂରକ୍ଷଣ ସମିତି ବଡ ଓଲମା ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟରେ ପ୍ରବେଶ କରାଇ ଦେଉ ନାହାନ୍ତି। ଗତ ତିନିଦିନ ହେଲା ବଡ ଓଲମା ଗ୍ରାମର କିଛି ଲୋକେ ଏହି ବନ ସଂରକ୍ଷଣ ସମିତି ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଥିବା ଜଣା ପଡିଥିଲା। ତେଣୁ ଆଜି ଉଭୟ ଗ୍ରାମର ଶତାଧିକ ଗ୍ରାମବାସୀ ମୁହାଁ ମୁହିଁ ପରିସ୍ଥିତିକୁ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe