ଚୋରା ଅଷ୍ଟ୍ରେଲିଆନ୍‌ କୋଇଲା ଗାଡ଼ି ଧରିବା ଘଟଣା: ପୁଲିସକୁ ଜଣାଇଲେନି, ଜରିମାନା ରଖି ଛାଡ଼ିଦେଲେ

Advertisment
ଚୋରା ଅଷ୍ଟ୍ରେଲିଆନ୍‌ କୋଇଲା ଗାଡ଼ି ଧରିବା ଘଟଣା: ପୁଲିସକୁ ଜଣାଇଲେନି, ଜରିମାନା ରଖି ଛାଡ଼ିଦେଲେ

Sambad

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବଢ଼ୁଛି ଚୋରା ଅଷ୍ଟ୍ରେଲିଆନ୍‌ କୋଇଲା କାରବାର। ଗତ ୧୦ତାରିଖରେ ଆଳିରେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ସହିତ ବିପୁଳ ପରିମାଣର କୋଇଲା ଧରାପଡ଼ିବା ଘଟଣାକୁ ୧୦ଦିନ ନ ପୂରୁଣୁ ଆଉ ତିନି ଗାଡ଼ି କୋଇଲା ଧରାପଡ଼ିଛି। ଯାଞ୍ଚ ବେଳେ କେନ୍ଦ୍ରାପଡ଼ା ଆ˚ଚଳିକ ପରିବହନ ବିଭାଗ(ଆରଟିଓ) ତିନିଟି ପିକଅପ୍‌ ଭ୍ୟାନ୍‌କୁ ଧରିବା ସହିତ ଟିକସ ଫାଙ୍କି ଓ ଓଭର ଲୋଡି˚ ବାବଦକୁ ୧ଲକ୍ଷ ୬୫ହଜାର ୬୦ଟଙ୍କା ଜରିମାନା ଆଦାୟ କରିଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଚୋରା କୋଇଲା କାରବାର ସ˚କ୍ରାନ୍ତରେ ସ୍ଥାନୀୟ ସଦର ଥାନାକୁ ନ ଜଣାଇ  କେବଳ ଜରିମାନା ଆଦାୟ କରି ଆର‌୍‌ଟିଓ ଗାଡ଼ି ଛାଡ଼ି ଦେବା ଘଟଣା ସନ୍ଦେହ ସୃଷ୍ଟି କରିଛି। କାହିଁକି ଜରିମାନା ଆଦାୟ ପରେ ଆର‌୍‌ଟିଓ ପୁଲିସକୁ ଏ ସ˚କ୍ରାନ୍ତରେ ଜଣାଇଲେ ନାହିଁ? ଗୋଟିଏପଟେ ଏହି ଚୋରା କୋଇଲା କାରବାରର କାର୍ପଟଦାରଙ୍କୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦେଶକ୍ରମେ ୪ଟି ପୁଲିସ ଟିମ୍‌ ତନାଘନା ଜାରି ରଖିଥିବା ବେଳେ ଅନ୍ୟପଟେ ଜରିମାନା ଆଦାୟ କରି ଗାଡ଼ି ଛାଡ଼ିଦେବା ଘଟଣା କେନ୍ଦ୍ରାପଡ଼ା ଆର‌୍‌ଟିଓଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଲାଣି। ପୁଲିସକୁ ନ ଜଣାଇ ଗାଡ଼ି ଦିଆଯିବା ପଛରେ ମୋଟା ଅଙ୍କର ଟଙ୍କା କାରବାର ହୋଇଥିବା ଚର୍ଚ୍ଚା ହେଉଛି। ଗତ ୧୦ତାରିଖରେ ଆଳି ପୁଲିସ ବେଆଇନ ଅଷ୍ଟ୍ରେଲିଆନ କୋଇଲା କାରବାର ପାଇଁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋଇଲା ବୋଝେଇ ୨ଟ୍ରକ୍‌, ମାରୁତି କାର‌୍‌, ଗୋଟିଏ ବୁଲେଟ୍‌, ଗୋଟିଏ ସ୍କୁଟି ଜବତ୍‌, ଭୁଜାଲି, ୫ଟି ମୋବାଇଲ୍‌ ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ଏହା ପଛରେ ଏକ ବଡ଼ ର୍ୟାକେଟ୍‌ କାମ କରୁଛି। ପାଞ୍ଚ ଅଭିଯୁକ୍ତଙ୍କ ମଧୢରେ ସ୍ଥାନୀୟ ଆଳି ଅ˚ଚଳର ତିନି ଜଣ, ଜଣେ କଟକ ନିଆଳି ଏବ˚ ଜଣେ ଝାରଖଣ୍ତର ବାସିନ୍ଦା ଥିଲେ।

ନିଆଳହାଟସ୍ଥିତ ଏକ ତୋଟାରେ ଥିବା ଡିପୋରୁ ଏହି ମୂଲ୍ୟବାନ୍‌ କୋଇଲାକୁ ପୁଲିସ ଜବତ୍‌ କରିଥିଲା। କିନ୍ତୁ ସେହି ସମୟରେ ପୁଲିସ ଅତର୍କିତ ଚଢ଼ଉ ଦେଖି ୧୫/୨୦ଯୁବକ ଫେରାର‌୍‌ ହୋଇଯାଇଥିଲେ। ଏହା ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଥିବାରୁ ଏବ˚ ମାଷ୍ଟରମାଇଣ୍ତ୍‌ ଧରାପଡ଼ିନଥିବାରୁ  ସେମାନଙ୍କୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦେଶକ୍ରମେ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ତେ ସୂଚନା ଦେଇଥିଲେ। ତେବେ ଏହି ଘଟଣାକୁ ଦେଢ଼ ସପ୍ତାହ ନ ପୂରୁଣୁ ଆଜି ଭୋର‌୍‌ରୁକେନ୍ଦ୍ରାପଡ଼ା ଆ˚ଚଳିକ ପରିବହନ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ କୋଇଲା ବୋଝେଇ ତିନିଟି ପିକ୍‌ଅପ୍‌ ଭ୍ୟାନ୍‌(ଓଡି୨୨ଭି-୨୬୭୫), ଓଡି୨୨ଏଲ୍‌-୬୯୯୨) ଏବ˚ ଓଡି୦୨ଡବ୍ଲୁ- ୩୯୨୭)କୁ ଧରିଥିଲେ। ଭଦ୍ରକରୁ ଆସୁଥିବା ଏହି ଭ୍ୟାନ୍‌ ଗୁଡ଼ିକୁ ଦୁହୁରିଆ ନିକଟରୁ ଧରିବା ପରେ ଆର‌୍‌ଟିଓ କାର୍ଯ୍ୟାଳୟକୁ ନିଆଯାଇଥିଲା। ଆର‌୍‌ଟିଓ ଧୀରେନ୍ଦ୍ର ନାୟକଙ୍କ କହିବାନୁଯାୟୀ ଯା˚ଚରୁ ଗୋଟିଏ ଗାଡ଼ି ଓଭରଲୋଡି˚ ଏବ˚ ଦୁଇଟି ଗାଡ଼ି ଟିକସ ଫାଙ୍କିଥିବା ଜଣାପଡ଼ିଥିଲା।। ଏ ବାବଦକୁ ୧ଲକ୍ଷ ୬୫ହଜାର ୬୦ଟଙ୍କା ଜରିମାନା ଆଦାୟ କରାଯାଇଛି।

ତେବେ ପୁଲିସକୁ ଏ ସ˚ପର୍କରେ କାହିଁକି ଜଣାଇଲ ନାହିଁ ବୋଲି ପ୍ରଶ୍ନ ହେବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। କହିଥିଲେ, ଯା˚ଚରୁ ଯାହା ଖିଲାପ ଥିଲା, ସେ ବାବଦକୁ ଜରିମାନା ଆଦାୟ କରିଛୁ। ବାକି କାମ ଆମର ନୁହେଁ ବୋଲି ଆର‌୍‌ଟିଓ ସଫେଇ ଦେଇ ନିଜ ମୁଣ୍ତରୁ ଦୋଷ ଖସାଇ ଦେଇଥିବା ବେଳେ ଘଟଣା ସ˚କ୍ରାନ୍ତର ଆମେ ଅବଗତ ନ ଥିବା ଥାନାଧିକାରୀ ସରୋଜ ସାହୁ କହିଛନ୍ତି। ହେଲେ ଯେଉଁ ପ୍ରଶ୍ନଟି ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଜରିମାନା ଆଦାୟ ପରେ ସ୍ଥାନୀୟ ପୁଲିସକୁ ଜଣାଇବାକୁ ଆର‌୍‌ଟିଓ କାହିଁକି ଉଚିତ୍‌ ମନେ କଲେ ନାହିଁ? ଦେଢ଼ ସପ୍ତାହ ତଳେ ଆଳିରୁ ବିପୁଳ ପରିମାଣର ଅଷ୍ଟ୍ରେଲିଆନ୍‌ କୋଇଲା କାରବାର ପାଇଁ ୫ଜଣ ଜେଲ୍‌ ଯାଇଛନ୍ତି। ପୁଲିସ ଏହି ମୂଲ୍ୟବାନ୍‌ କୋଇଲା କାରବାର ପଛର ମାଷ୍ଟରମାଇଣ୍ତ୍‌କୁ ଖୋଜୁଛି। ଆରଟିଓ ଯଦି ଏ ସ˚କ୍ରାନ୍ତରେ ପୁଲିସକୁ ଖବର ଦେଇଥା’ନ୍ତେ, ପୁଲିସ ହୁଏତ ଖୋଳତାଡ଼ କରି ଅନେକ କିଛି ସୁରାକ ପାଇପାରିଥା’ନ୍ତା। କିନ୍ତୁ ପୁଲିସକୁ ନ ଜଣାଇବା ଏବ˚ ଜରିମାନା ଦାୟିତ୍ବ ଆମର ଦାୟିତ୍ବ କହି ଆରଟିଓ ଦୋଷ ଖସାଇଦେବା ଘଟଣା ସନ୍ଦେହ ସୃଷ୍ଟି କରିବା ସହିତ ମୋଟ ଅଙ୍କର କାରବାର ଚର୍ଚ୍ଚାକୁ ଅଧିକ ବଳ ଦେଉଛି। ଚୋରା ଅଷ୍ଟ୍ରେଲିଆନ୍‌ କୋଇଲା ଗାଡ଼ି ଧରିବା ଘଟଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe