ଏମିତି ଚାଲିଛି ପରିମଳ ପରିଚାଳନା, ମ୍ୟୁନିସିପାଲିଟି ନାକତଳୁ ଉଠୁନି ଅଳିଆ; ପୋତି ହୋଇଗଲାଣି ଡ୍ରେନ୍‌

Advertisment
ଏମିତି ଚାଲିଛି ପରିମଳ ପରିଚାଳନା, ମ୍ୟୁନିସିପାଲିଟି ନାକତଳୁ ଉଠୁନି ଅଳିଆ; ପୋତି ହୋଇଗଲାଣି ଡ୍ରେନ୍‌

Sambad

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ପରିମଳ ସୁଧୁରିବା ପରିବର୍ତେ କିଭଳି ବିଗିଡ଼ିବାରେ ଲାଗିଛି, ତାର ପ୍ରମାଣ ବେଶୀ ଦୂର ନ ଯାଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ନାକତଳେ ଦେଖିବାକୁ ମିଳିଛି। ଟାଉନ ହଲ୍‌ ପଛପଟ ରାସ୍ତାରେ ଗଦା ହୋଇଛି ଅଳିଆ। ସକାଳ ଯାଇ ସ˚ଧ୍ୟା ହେଉଛି ପଛେ ଅଳିଆ ଉଠୁନାହିଁ। ଏହା ସୂଚାଇ ଦେଉଛି ଯେ ପରିମଳ ପରିଚାଳନା ଦାୟିତ୍ବ ନୂଆକରି ହାତକୁ ନେଇଥିବା ସ˚ସ୍ଥା ‘ପ୍ରତ୍ୟୁଷ’ ସ୍ବଚ୍ଛତା ନାଁରେ କିଭଳି ବାରମ୍ବାର ଠକି ଚାଲିଛି? କେବଳ ଅଳିଆ ଉଠାଣ ନୁହେଁ, ଡ୍ରେନ୍‌ ବି ସଫେଇ ହେଉନାହିଁ। ସହରର ଅଧିକା˚ଶ ଡ୍ରେନ୍‌ ଜାମ୍‌। ପଙ୍କ କଢ଼ାଯାଉନାହିଁ। ଜଇପୁରା, ମନକରପୁର ଆଦି ଏକାଧିକ ସ୍ଥାନରେ ଡ୍ରେନ୍‌ରୁ ପଙ୍କୋଦ୍ଧାର ହୋଇନଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବଡ଼ କଥା ହେଉଛି, ଯେଉଁଠି ମ୍ୟୁନିସିପାଲ୍ଟି କାର୍ଯ୍ୟାଳୟ ନାକତଳୁ ଅଳିଆ ଉଠୁନାହିଁ, ସେଠି ସାରା ସହରରେ ସଫେଇ କିଭଳି ହେଉଥିବ, ତାହା ସହଜେ ଅନୁମେୟ। ଗତ ନଭେମ୍ବରରୁ ଠିକା ସ˚ସ୍ଥା ପ୍ରତ୍ୟୁଷ ସହରର ପରିମଳ ଦାୟିତ୍ବ ହାତକୁ ନେଲାଣି। କିନ୍ତୁ ସହରର ପରିମଳ ପରିଚାଳନାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଲା ନାହିଁ। ଦୁଇ ଓଳା ସଫେଇ କରିବାକୁ ଚୁକ୍ତି ହୋଇଥିଲା।

କିନ୍ତୁ ସଫେଇ ସକାଳ ହେଉଥିବା ବେଳେ ଉପରବେଳା ନାହିଁ। ନିୟମିତ ଡ୍ରେନ୍‌ରୁ ପଙ୍କ କଢ଼ାଯାଉନାହିଁ। ୮ନମ୍ବର ଵାର୍ଡର ମନକରପୁର, ୧୧ ଓ ୧୨ନମ୍ବର ଵାର୍ଡର ଜଇପୁରାରେ ଡ୍ରେନ୍‌ରେ ପଙ୍କ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଛି। ଇଚ୍ଛାପୁରରେ ବି ଅନୁରୂପ ଅବସ୍ଥା। ଵର୍ଡର ଲୋକମାନେ ବି ଅଭିଯୋଗ କରୁଛନ୍ତି ଯେ ଡ୍ରେନ୍‌ ସଫେଇ ହେଉନାହିଁ। ଏମିତି ଯେ ଡ୍ରେନ୍‌ ତଳେ ଗୋଟିଏ ପରସ୍ତ ପଙ୍କରେ ପୋତି ହୋଇଗଲାଣି। ଏଭଳି ସ୍ଥିତିରେ ଯଦି ବର୍ଷା ହେଇଯାଏ ତେବେ ନର୍ଦମା ପାଣିରେ ରାସ୍ତା ଭାସିବା ଥୟ। କାଉନସିଲର ମାନେ ବି ଏ କଥା କାଉନସିଲ ବୈଠକରେ ଉଠାଇ ଚୁକ୍ତି ଖିଲାପ କରୁଥିବା ଠିକା ସ˚ସ୍ଥା ବିରୋଧରେ କୈଫିୟତ୍‌ ତଲବ ଦାବି କଲେଣି। ସ˚ସ୍ଥା ଯେ ଚୁକ୍ତି ଖିଲାପ କରୁଛି, ତାହାର ଚାକ୍ଷୁସ ପ୍ରମାଣ ମ୍ୟୁନସିପାଲ୍ଟି କାର୍ଯ୍ୟାଳୟ ନାକତଳେ ଦେଖିବାକୁ ମିଳୁଛି। ଟାଉନହଲ୍‌ ପଛପଟ ମଢ଼ିଆଳ ରାସ୍ତା ଅଧା ଯାଏ ମାଡ଼ିକରି ଅଳିଆ ଗଦା ହେଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ରାତି ହେଲା ପଛେ ଉଠିଲା ନାହିଁ। ଆଗରୁ ଛୁଟି ଦିନ ପଡ଼ିଲେ ଏଭଳି ରାସ୍ତାରୁ ଅଳିଆ ଉଠୁନଥିଲା। ଏବେ କିନ୍ତୁ ଏହା ନିୟମିତ ଘଟଣାରେ ପରିଣତ ହୋଇଗଲାଣି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଲାଣି ଯେ ଦାୟିତ୍ବ ନେବାର ତିନି ମାସ ପରେ ବି ଯଦି ଠିକା ସ˚ସ୍ଥା ପରିମଳ ବ୍ୟବସ୍ଥାକୁ ସୁଧାରି ପାରିଲା ନାହିଁ; ତା’ ହେଲେ ଧରିନେବାକୁ ପଡ଼ିବ ଯେ ସ୍ବଚ୍ଛତା ନାଁରେ ମାସକୁ ୧୩ଲକ୍ଷରୁ ଅଧିକ ଟଙ୍କାର ସହରବାସୀଙ୍କ ଟିକସ ଅର୍ଥ ଅପବ୍ୟୟ ହେଉଛି। ମ୍ୟୁନିସିପାଲିଟି କର୍ତୃପକ୍ଷ କେବେ ଏ ଦିଗରେ ପଦକ୍ଷେପ ନେବେ, ତାହା ଦେଖିବାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe