ନିଜିଗଡ଼ ତାପଙ୍ଗରେ ପାନୀୟ ଜଳ ସଙ୍କଟ, ଲୋ-ଭୋଲଟେଜ ସମସ୍ୟା

Advertisment
ବଡ଼ଚଣା ବ୍ଲକ ପାନୀୟଜଳ ଯୋଗାଣ କେଳେଙ୍କାରୀ: ନିଲମ୍ବିତ ୨ ପିଇଓଙ୍କ ଖାତାରେ କୋଟିଏ ଟଙ୍କାର ଜାଲିଆତି!

Syllad

ଖୋର୍ଦ୍ଧା: ଖୋର୍ଦ୍ଧାର ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଓ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ପଞ୍ଚାୟତ ସର୍ବାଧିକ ପରିବେଶ ଜନିତ କ୍ଷତି ସହୁଥିବା ପଞ୍ଚାୟତ ହେଉଛି ନିଜିଗଡ଼ ତାପଙ୍ଗ। ପଞ୍ଚାୟତରେ ବିଦ୍ୟୁତ ବିଭ୍ରାଟ ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଠାରୁ ବ୍ଲକ ସମୀକ୍ଷା ବୈଠକରେ ଅନେକ ଥର ଦାବି ଉଠିଛି। ପ୍ରାଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏଥିପ୍ରତି ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଶେଷରେ ପଞ୍ଚାୟତ ବାସିନ୍ଦା ଅତିଷ୍ଠ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଧରିବେ ବୋଲି ଚେତାବନୀ ଦେଇଛନ୍ତି। ପଞ୍ଚାୟତତର ଦଳେଇସାହିର ବାସିନ୍ଦା ଏନେଇ ଜିଲ୍ଲା ପରିଷଦ ସଭାପତି, ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ସେମାନଙ୍କ କହିବା କଥା ହେଲା, ଗ୍ରାମରେ ବିଦ୍ୟୁତ ସରବରାହ ଅତି କମ୍ ମାତ୍ରା ୭୦ରୁ ୧୦୦ ଭୋଲଟେଜ ମଧ୍ୟରେ ରହୁଛି। ଦଳେଇ ସାହିରେ ୩୦-୩୫ ପରିବାର ଏନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାକାଳେ ଭୂମଧ୍ୟ ଜଳ ନିମ୍ନକୁ ଯାଉଥିବାରୁ ମୋଟର ଯୋଗେ ମଧ୍ୟ ପାଣି ଉଠାଇ ପାରୁନାହାନ୍ତି। ଏଭଳି ସମସ୍ୟା ଗତ ୨-୩ ମାସ ଧରି ଦିନ ତମାମ ଚାଲି ଆସୁଛି। ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସାହିରେ ଯଦି ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଏ ତେବେ ଏଭଳି ବିଦ୍ୟୁତ ବିଭ୍ରାଟରୁ ରକ୍ଷା ମିଳନ୍ତା। ଜିଲ୍ଲାପାଳ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରେ ନିଜିଗଡ଼ ତାପଙ୍ଗ ବାସିନ୍ଦାଙ୍କ ଅଭିଯୋଗକୁ ବିଦ୍ୟୁତ ବିଭାଗ ଟିପିକୋଡିଏଲ୍ ନିର୍ବାହୀ ଯନ୍ତ୍ରୀ ନିକଟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe