ଜନଜାତି କଲ୍ୟାଣ ବିଭାଗ ପଦୋନ୍ନତି ଓ ବଦଳିରେ ବିଳମ୍ବ ଘଟଣା: ଖୁବଶୀଘ୍ର ତାଲିକା ପ୍ରକାଶ ପାଇବ କହିଲେ ମନ୍ତ୍ରୀ

Advertisment
ଜନଜାତି କଲ୍ୟାଣ ବିଭାଗ ପଦୋନ୍ନତି ଓ ବଦଳିରେ ବିଳମ୍ବ ଘଟଣା: ଖୁବଶୀଘ୍ର ତାଲିକା ପ୍ରକାଶ ପାଇବ କହିଲେ ମନ୍ତ୍ରୀ

Sambad

ରାୟଗଡ଼ା: ମଙ୍ଗଳ ବିଭାଗ ପଦୋନ୍ନତି ଓ ବଦଳି ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ମତ ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀ ସାରକା କହିଛନ୍ତି, ଡିପିସି ବୈଠକ ସରିଛି। କିନ୍ତୁ ମାର୍ଚ୍ଚ ମାସରେ କିଛି ଅଧିକାରୀଙ୍କ ଅବସର ଯୋଗୁ ଖାଲି ପଡିଥିବା ପଦବି ସଂଖ୍ୟାରେ ବୃଦ୍ଧି ହେବା କାରଣରୁ ତାଲିକା ପ୍ରକାଶ କରାଯାଇନି। ଖୁବଶୀଘ୍ର ବୈଠକ ଡାକି ତାଲିକା ପ୍ରକାଶ କରାଯିବ। ଅନ୍ୟପକ୍ଷରେ ବୈଠକ‌ ପରେ ନିର୍ବାଚନ ଓ ବିଭାଗୀୟ କାଗଜପତ୍ର କାମ ବ୍ୟସ୍ତତା ଯୋଗୁ ତାଲିକାରେ ପ୍ରକାଶରେ ବିଳମ୍ବ ହୋଇଛି। ଖବର ପ୍ରକାଶ ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ କଥା ହୋଇଛି ଖୁବଶୀଘ୍ର ତାଲିକା ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା‌ଯୋଗ୍ୟ, ୨୦୨୧ ଡିସେମ୍ବରରୁ ଜିଲ୍ଲା ପଦୋନ୍ନତି କମିଟି ବୈଠକ ‌ସରିବା ସତ୍ତ୍ବେ ଆଜି ସୁଦ୍ଧା ତାଲିକା ପ୍ରକାଶ ପାଇ ପାରିନି। ବୈଠକର ୫ ମାସ ପରେ ମଧ୍ୟ ତାଲିକା ପ୍ରକାଶ ପାଉନଥିବାରୁ ପଦୋନ୍ନତି ଅପେକ୍ଷାରେ ଥିବା ୨୫ରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ପଦୋନ୍ନତି ଓ ବଦଳିକୁ ନେଇ ଆଶା, ଆଶଙ୍କାରେ ଅଛନ୍ତି।

ଯାହାଙ୍କ ମଧ୍ୟରେ ମାଟ୍ରିକ୍ ସିଟିର ୧୬, ଟିଜିଟି କଳା ଶିକ୍ଷକ ୨, ଟିଜିଟି ବିଜ୍ଞାନ ଶିକ୍ଷକ ୨ ଏବଂ କନିଷ୍ଠ ଶିକ୍ଷକ ୨ ଜଣ ରହିଛନ୍ତି। କିନ୍ତୁ ମାର୍ଚ୍ଚ ମାସରେ କିଛି ଶିକ୍ଷକ, ହେଡ୍ ସେବକ ଚାକିରିରୁ ଅବସର ଗ୍ରହଣ କରିବାକୁ ଥିବାରୁ କମିଟି କେବଳ ୨ ଟିଜିଟି କଳା ଶିକ୍ଷକ, ୨ ଟିଜିଟି ବିଜ୍ଞାନ ଶିକ୍ଷକ ଏବଂ ୨ କନିଷ୍ଠ ଶିକ୍ଷକଙ୍କ ପଦୋନ୍ନତିକୁ ଅନୁମୋଦନ କରିଥିଲା। ମାଟ୍ରିକ୍ ସିଟି ଯୋଗ୍ୟତା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତାଲିକାକୁ ସ୍କୁଟିନିଂ କରି ରଖିବା ସହ ମେ’ ମାସରେ ବସିବାକୁ ଥିବା ପଦୋନ୍ନତି କମିଟି ବୈଠକରେ ଖାଲି ପଡିଥିବା ପଦବି ଅନୁଯାୟୀ ପଦୋନ୍ନତି ଓ ବଦଳି ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରୁନି। ଏପଟେ ୨୦୨୨-୨୩ ଶିକ୍ଷା ବର୍ଷ ଆରମ୍ଭ ହୋଇଯିବା ସହ ପିଲାଙ୍କ ନାମଲେଖା ଓ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe