ଶୀତ ବଢ଼ୁଛି, ବେପାର ଜମୁଛି

ଶୀତ ବଢ଼ୁଛି, ବେପାର ଜମୁଛି

ଜୟପୁର: ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏହି କ୍ରମରେ ଜୟପୁରରେ ବି ଶୀତ ବଢ଼ିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଶୀତ ଆଗକୁ ଆହୁରି ବଢ଼ିବ। ଅନ୍ୟ ପଟେ ପୂର୍ବବର୍ଷ ଭଳି ଶୀତବସ୍ତ୍ର ବେପାରୀମାନେ ଶୀତବସ୍ତ୍ରର ପସରା ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପାର୍ଶ୍ବ ସହ ମୁଖ୍ୟରାସ୍ତା ସହ ସହରର ବିଭିନ୍ନ ସାହି ଓଗଳିରେ ବି ଖୋଲି ଦେଇଛନ୍ତି।

ଏପରିକି ପୂର୍ବବର୍ଷ ଭଳି ଏବର୍ଷ ଯଦିଓ ନେପାଳି ବେପାରୀମାନେ ଆସି ନଥିଲେ ହେଁ ସ୍ଥାନୀୟ ବେପାରୀଙ୍କ ସହ ଉତ୍ତରପ୍ରଦେଶର ଋତୁକାଳୀନ ବେପାରୀମାନେ ରାସ୍ତାକଡ଼ରେ ଶୀତବସ୍ତ୍ର, କମ୍ବଳ ଆଦି ବିକ୍ରି କରିବା ଆରମ୍ଭ କରିଛନ୍ତି। ସେଭଳି ସବୁ ରେଡିମେଡ ଓ ବଡ ବଡ ଲୁଗାଦୋକାନରେ ବି ଜାକେଟ୍ ଓ ବିଭିନ୍ନ ବ୍ରାଣ୍ଡର ଶୀତବସ୍ତ୍ର ଓ ଟୋପି ଆଦିର ବିକ୍ରି ବି ଜୋର ଧରିବାରେ ଲାଗିଛି।

ଜୟପୁର ସହର ଅଧିକ ଥଣ୍ତା ଅନୁଭୂତ ହେଉଥିବାରୁ ଏଠାରେ ଶୀତ ପୋଷାକର ଚାହିଦା ଅଧିକ ରହିଥାଏ। ଅଧିକା˚ଶ ଦୋକାନୀ ନେପାଳରୁ ଆସିଥିବା ଶୀତ ବସ୍ତ୍ର ରଖିଛନ୍ତି। କୋରାପୁଟିଆ ଶୀତକୁ ଆଖିଆଗରେ ରଖି ବେପାରୀ ଲୋକଙ୍କ ପାଇଁ ନୂତନ ଡିଜାଇନରଜ ଜ୍ୟାକେଟ, ସାଲ୍ ଓ ମଫଲର ଆଣିଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ଶୀତ ବସ୍ତ୍ରର ଦର ପ୍ରାୟ ପାଖାପାଖି ସମାନ ରହିଛି। ସୁଇଟର ଚାରି ଶହ ଟଙ୍କାରୁ ପନ୍ଦରଶହ ଟଙ୍କା ରହିଥିବା ବେଳେ ଜ୍ୟାକେଟର ଦର ସାତ ଶହରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବି ରହିଛି। ସେହିପରି ସାଲ୍ର ଦର ଖଣ୍ତପ୍ରତି ଦୁଇ ଶହରୁ ଏଗାର ଶହ ଟଙ୍କା ରହିଛି। ଛୋଟ ପିଲାଙ୍କ ପାଇଁ ବିକ୍ରି ହେଉଥିବା ସୁଇଟରର ଦର କମ୍ ରହିଥିବା ଦୋକନୀ ପ୍ରକାଶ କରିଛନ୍ତି। ଏହାସହ ଦିନ ସାରା ଦୋକନ ଖୋଲି ବସିଥିବା ବେଳେ ସନ୍ଧ୍ୟାରେ ବେପାର ଜମୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe