ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ 'ଜାଗ ମୟୂରଭଞ୍ଜ ଜାଗ'ର ଆଲୋଚନା

ବିଭିନ୍ନ ସମସ୍ୟାକୁ  ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ 'ଜାଗ ମୟୂରଭଞ୍ଜ ଜାଗ'ର ଆଲୋଚନା

Sambad

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜାଗ ମୟୂରଭଞ୍ଜ ଜାଗ’ ତରଫରୁ ଆଜି ଜିଲ୍ଲା ଶ୍ରମ ଆୟୁକ୍ତ ଅଧିକାରିଣୀ ମୋନାଲିସା ନାୟକଙ୍କ ସହିତ ଜିଲ୍ଲାର ପଞ୍ଜୀକୃତ ଶ୍ରମିକ ମାନଙ୍କ ହିତ ପାଇଁ ଆଲୋଚନା କରିବା ସହିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ବିଶ୍ୱରେ କରୋନା ମହାମାରୀରୁ କିଛି ମାତ୍ରାରେ ଆସ୍ବସ୍ତୀ ମିଳିଥିବା ବେଳେ ଆଗକୁ କିପରି ଏହା ଆଉ ଅଧିକ ଭୟବୀତ ନହେବ ସେଥିପାଇଁ ବିଶେଷ ଧ୍ୟାନ ଦେବା ସହିତ ସପ୍ତାହର ଗୁରୁବାର ଦିନ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ଲୋକେ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, କପ୍ତିପଦା ଉପଖଣ୍ଡରୁ ହଜାରହଜାର ସଂଖ୍ୟାରେ ନିର୍ମାଣ ଶ୍ରମିକ କାଡ଼ ରିନୁଆଲ ପାଇଁ ଆସୁଥିବାର ଦେଖିବାକୁ ମିଳୁଛି। ରିନୁଆଲ ନହେଲେ ଲୋକେ କୌଣସି ଯୋଜନାର ଲାଭ ପାଇ ପାରିବେ ନାହିଁ। ଏମିତିକି କରୋନା ସମୟରେ ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କା ଲେଖାଏଁ ଅର୍ଥରାଶୀ ଘୋଷଣା କରିଛନ୍ତି ସେଥିପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଛି।

ଏହାକୁ ରୋକିବା ପାଇଁ ଓ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କିପରି ଲୋକେ ଚାରି ଉପଖଣ୍ଡରୁ ହଇରାଣ ହରକତ ନହୋଇ କିପରି ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟ ହୋଇପାରିବ, ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ରିନୁଆଲ, ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ମିଳୁଥିବା ଅର୍ଥରାଶୀ, ଉପକରଣ ପାଇଁ ଆବେଦନ ତଥା ସମସ୍ତ ପ୍ରକାର ସୁବିଧା ସୁଯୋଗ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଶେଷରେ ଶ୍ରମ ଆୟୁକ୍ତ ମୋନାଲିସା ନାୟକ ୧୫ ଦିନ ମଧ୍ୟରେ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟ ଆରମ୍ଭ କରେଇବାର ପ୍ରତିଶ୍ରୁତି ଦେଇଥିଲେ। ଜାଗ ମୟୂରଭଞ୍ଜ ଜାଗର ମାର୍ଗଦର୍ଶକ ତଥା ଦିବ୍ୟାଙ୍ଗ ସଙ୍ଘ ସଭାପତି ଅରୁଣ କୁମାର ବେହେରା, ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ ବେହେରାଙ୍କ ସମେତ ତପସ୍ୱୀନି ରଣା, ଅଙ୍କିତା ମହାକୁଡ଼, ପ୍ରିୟଙ୍କା ବେହେରା, ଚୁମକି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe