ଜଗନ୍ନାଥ ମନ୍ଦିର ଟଙ୍କା ହଡ଼ପ ଅଭିଯୋଗ: ଦେବୋତ୍ତର କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

Advertisment
ଜଗନ୍ନାଥ ମନ୍ଦିର ଟଙ୍କା ହଡ଼ପ ଅଭିଯୋଗ: ଦେବୋତ୍ତର କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଠଗାଁରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏନେଇ ସେମାନେ ଗୁରୁବାର ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଦେବୋତ୍ତର ବିଭାଗ ଦ୍ୱାରା ଆଠଗାଁ ଜଗନ୍ନାଥ ମନ୍ଦିର ଓ ଯାନିଯାତ୍ରା ପରିଚାଳନା ହୋଇଥାଏ।

ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ଦେବୋତ୍ତର ବିଭାଗ ଦ୍ୱାରା ୬୦ ହଜାର ଟଙ୍କା ଦିଆଯାଇଥାଏ। କିନ୍ତୁ, ସେସବୁ ଟଙ୍କାକୁ ଉଚିତ ବିନିଯୋଗ କରାଯାଉ ନାହିଁ। ମନ୍ଦିର ଦାୟିତ୍ବରେ ଥିବା କିରାଣି ସଞ୍ଜୟ ଗଡ଼ତିଆ ଟଙ୍କା ହଡ଼ପ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ କିରାଣି ଶ୍ରୀ ଗଡ଼ତିଆଙ୍କୁ ପଚରାଯିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦେବୋତ୍ତର ମ୍ୟାନେଜର ସୁଧୀର ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe