ଆଜି ଏକବାର ନୀତି, କାଲି ଜାଗର: ଚୂଡାନ୍ତ ପର୍ଯ୍ୟାୟରେ ଆଖଣ୍ଡଳମଣିଙ୍କ ପୀଠରେ ପ୍ରସ୍ତୁତି

Advertisment
ଆଜି ଏକବାର ନୀତି, କାଲି ଜାଗର: ଚୂଡାନ୍ତ ପର୍ଯ୍ୟାୟରେ ଆଖଣ୍ଡଳମଣିଙ୍କ ପୀଠରେ ପ୍ରସ୍ତୁତି

ଭଦ୍ରକ: ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି ପାଇଁ ପୀଠରେ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆଜି(ଗୁରୁବାର) ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିରରେ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ ମହାଦୀପ ପ୍ରସ୍ତୁତି ପାଇଁ ମାଟି ପଲମ ସହ ଅନ୍ୟାନ୍ୟ ସାମଗ୍ରୀ ସେବାକାରୀଙ୍କ ପକ୍ଷରୁ ମନ୍ଦିରରେ ପହଁଚିଛି। ଆସନ୍ତା ଶୁକ୍ରବାର ଜାଗରଯାତ୍ରା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏକବାର ନୀତି ନିମନ୍ତେ ଭୋର ୪ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ନବବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ।

ପରେ ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ ୨ଟା ସୁଦ୍ଧା ସରିବା ପରେ ଅପରାହ୍ଣରେ ମଣିବାବାଙ୍କ ଗର୍ଭଗୃହରେ ନୂଆ ଚାନ୍ଦୁଆ ଲାଗି କରାଯିବା ସହ ମନ୍ଦିର ଚୂଡାରେ ନେତଲାଗି କରାଯିବ। ପରେ ବଡସିଂହାର ବେଶ,ଏକବାର ଅନ୍ନନୀତି ଭୋଗ, ସଂଧ୍ଯା ଆଳତୀ, ଷୋଡଶ ଉପଚାରପୂଜା ଆଦି ଅନୁଷ୍ଠିତ ହେବ। ଚଳିତବର୍ଷ ପୀଠରେ ୨ଲକ୍ଷ ଭକ୍ତଙ୍କର ସିମାଗମ ହେବାର ଆଶଙ୍କା ରହିଥିବାରୁ ପୀଠରେ ତ୍ରୀସ୍ତରୟ ସୁରକ୍ଷା ବ୍ୟବସ୍ଥା ସହିତ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଜଳପଥରେ ଓଡ୍ରାଫ ଟିମ ପଇଁତରା ମାରିବେ। ସେହିପରି ମନ୍ଦିର ଭିତରେ ଓ ବାହାରେ ଅଧିକ ଫୋର୍ସ ମୃତ୍ଯୟନ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe