୧୦ ମାଲିକ ପାଇଲେ ଚୋରି ଯାଇଥିବା ବାଇକ୍‌

Advertisment
୧୦ ମାଲିକ ପାଇଲେ ଚୋରି ଯାଇଥିବା ବାଇକ୍‌

ପାରାଦୀପ: କିଛିଦିନ ତଳେ ଅଭୟଚାନ୍ଦପୁର ଥାନା ପୁଲିସ ଜବତ କରିଥିବା ୧୫ ଚୋରା ବାଇକ୍‍ ମଧ୍ୟରୁ ଆଜି ୧୦ଟି ବାଇକ୍‌କୁ ସେଗୁଡ଼ିକର ମାଲିକମାନଙ୍କୁ ଫେରସ୍ତ ଦିଆଯାଇଛି। ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଗାଡ଼ି ମାଲିକମାନେ ନିଜ ନିଜ ଗାଡ଼ି ଥାନାରୁ ଫେରସ୍ତ ନେଇଛନ୍ତି। ବାକିଥିବା ଆଉ ୫ଟି ବାଇକ୍‍କୁ ସେଗୁଡ଼ିକର ମାଲିକଙ୍କୁ ଫେରାଇବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏହି ବାଇକ୍‌ଗୁଡ଼ିକୁ ଭିନ୍ନ ଭିନ୍ନ ସ୍ଥାନରୁ ଚୋରି କରାଯାଇଥିବା ବେଳେ କିଛିଦିନ ତଳେ ପାରାଦୀପ ଓ ଅଭୟଚାନ୍ଦପୁର ପୁଲିସର ମିଳିତ ଟିମ୍‌ ୧୫ଟି ବାଇକ୍‌ ଉଦ୍ଧାର କରିବା ସହ ନୂଆଗାଁର ସୌଭାଗ୍ୟ ରଂଜନ ସ୍ୱାଇଁ, ତନ୍ମୟ ନାୟକ ଓ ସୌଭାଗ୍ୟ ସ୍ୱାଇଁଙ୍କୁ ଗିରଫ କରିଥିଲା।
ପାରାଦୀପ ଓ ଏହାର ଆଖାପାଖ ଅଞ୍ଚଳରୁୁ କ୍ରମାଗତ ଭାବେ ବାଇକ୍‍ ଚୋରି ଘଟଣା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଏଣୁ ପୁଲିସ ଏହି ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ଖୋଳତାଡ଼ କରିବା ଆରମ୍ଭ କରିଥିଲା। ଶେଷରେ ନୂଆଗାଁ ଅଞ୍ଚଳରେ ଏପରି ଏକ ଗ୍ୟାଙ୍ଗ୍‍ ସକ୍ରିୟ ଥିବା ଜଣାପଡ଼ିଥିଲା ଯେଉଁମାନେ ଏହି ଅଞ୍ଚଳରୁ ଚୋରି ହେଉଥିବା ବାଇକ୍‍ କେଉଁ ଅଞ୍ଚଳରେ ବିକ୍ରି ହେବ ତାହାର ଦଲାଲି କରୁଥିଲେ। ଏଥିପାଇଁ ସେମାନେ ବାଇକ୍‍ ଚୋରଙ୍କଠାରୁ ମୋଟା ଅଙ୍କର କମିସନ ସଂଗ୍ରହ କରୁଥିଲେ ଓ ଅଧିକାଂଶ ସମୟରେ ଗୋଟିଏ ଲେଖାଏଁ ବାଇକ୍‍ ନିଜ ବ୍ୟବହାର ପାଇଁ ରଖୁଥିଲେ। ଦୀର୍ଘଦିନ ହେଲା ଏମିତି କାରବାର ଚାଲୁଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ଏ ସମ୍ପର୍କରେ କାହାରିକୁ ଖବର ମିଳୁନଥିଲା। ପାରାଦୀପ ଓ ଏହାର ଉପକଣ୍ଠ ଅଞ୍ଚଳରୁ କ୍ରମାଗତ ଭାବେ ବାଇକ ଚୋରି ହେବାରୁ ପୁଲିସ ସ୍ୱତନ୍ତ୍ର ଭାବେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଯୋଜନା କରିଥିଲେ। ପାରାଦୀପ ଥାନା ଇନ୍‍ସପେକ୍ଟର ଶୁଭ୍ରାଂଶୁ ନାୟକ ଓ ଅଭୟଚାନ୍ଦପୁର ଥାନା ଇନ୍‍ସପେକ୍ଟର ଶ୍ରୀ ଚୌଧୁରୀ ଏହି ଚଢଉର ନେତୃତ୍ଵ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe