ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

ପାରାଦୀପ: ବାଂଲାଦେଶୀଙ୍କ ଅନୁପ୍ରବେଶ ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଛି ପାରାଦୀପ ଆଦର୍ଶ ଥାନା ପୁଲିସ। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରୁଛି ପୁଲିସ। ଆଜି ସକାଳେ ଏହି ୧୨ ଜଣ ବସରେ ଆସି ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ବାଂଲାଦେଶୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ପରେ ପୁଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡ଼ିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe