ରାସ୍ତା ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍: ୨ ଶିକ୍ଷୟିତ୍ରୀଙ୍କ ସମେତ ୧୩ ଆହତ

Advertisment
ରାସ୍ତା ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍: ୨ ଶିକ୍ଷୟିତ୍ରୀଙ୍କ ସମେତ ୧୩ ଆହତ

କୁଜଙ୍ଗ/ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ସ୍କୁଲ୍ ଭ୍ୟାନ ରାସ୍ତା ତଳକୁ ଖସିବା ଫଳରେ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି। ଗାଡ଼ି ଭିତରେ ଥିବା ୧୧ ଛାତ୍ରଛାତ୍ରୀ ବି ଆହତ ହୋଇଛନ୍ତି।

ଭ୍ୟାନଟି ସବୁ ଦିନ ପରି ଆଜି ସକାଳେ ପାରାଦୀପ ଗଡ଼ରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀଙ୍କୁ ଧରି ପାରାଦୀପ ଅଗପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିମୁଖେ ଆସୁଥିଲା। ମାତ୍ର ସନ୍ତରାଗଡ଼ା ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏହାଫଳରେ ସ୍କୁଲ୍ ଭ୍ୟାନ ରାସ୍ତା ତଳକୁ ଖସି ଏକ ଗଛରେ ପିଟି ହୋଇ ରହିଯାଇଥିଲା।

ଏହି ଅଘଟଣ ଘଟିବା ମାତ୍ରେ ଗାଡ଼ିଚାଳକ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଗାଡ଼ିରେ ବସିଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଆହତ ହୋଇଥିଲେ।  କୈାଣସି ସୂତ୍ରରୁ ଖବର ପାଇ ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତାରାଇ ଓ ବାହିନୀର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ କିଛି ଛାତ୍ରଛାତ୍ରୀଙ୍କୁ ଓ ଆଉକିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ସୂଚନା ମିଳିଛି। ଆହତ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣଙ୍କୁ କଟକ ପଠାଯାଇଥିବା ବେଳେ ଆଉ ଜଣେ ଶିକ୍ଷୟିତ୍ରୀ ଗର୍ଭବତୀ ଥିବା ହେତୁ ରାହାମାକୁ ଚିକିତ୍ସା ଲାଗି ଯାଇଥିବା ଜଣାଯାଇଛି।  ଅପରପକ୍ଷରେ ଦୁର୍ଘଟଣା ପରେ ଆହତମାନଙ୍କୁ ଅଗ୍ନିଶମ ବାହିନୀର ଗାଡି ଉକ୍ତ ସ୍ଥାନରେ ପହଞ୍ଚି ଆହତ ଛାତ୍ରଛାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ନେବାସମୟରେ ମେଡିକାଲ ରୋଡ ଓ ହଜି ରୋଡ ଅଗ୍ନିଶମ ବିଭାଗ ଗାଡି ୧୦ମିନିଟ ଜାମରେ ଫସିରହିଥିଲା।
ପରିତାପର ବିଷୟ ଏହିକି ଯେ ମେଡିକାଲ ହାଜିରୋଡ ରାସ୍ତାରେ ଭାରିଯାନ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଉକ୍ତ ରାସ୍ତାରେ ସ୍କୁଲ ସମୟରେ ଏଭଳି ଭାରି ଯାନ ଚଳାଚଳକୁ ସମ୍ପୁର୍ଣ୍ଣ ବନ୍ଦକରିବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe