ବାଇକକୁ ଧକ୍କା ଦେଲା ବୋଲେରୋ: ୨ ଯୁବକଙ୍କ ପ୍ରାଣହାନି

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ଼ା ନିକଟରେ ଘଟିଛି ଏକ ଦୁର୍ଘଟଣା। ଏହାଫଳରେ ଅକାଳରେ ଚାଲିଯାଇଛି ୨ ଯୁବକଙ୍କ ଜୀବନ।

ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ ଦୁଇ ଯୁବକ ବାଇକରେ ଯାଉଥିବା ବେଳେ ପାରାଦୀପରୁ କଟକ ଅଭିମୁଖେ ଆସୁଥିବା କ ବୋଲେରୋ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ୨ ମୃତକ ହେଲେ ଆଇଓସିଏଲର କର୍ମଚାରୀ। ଏମାନଙ୍କ ମଧ୍ୟରୁ ଜଣଙ୍କର ନାଁ କୈବଲ୍ୟ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲା କଂଟା ଗାଁର ବିଶ୍ୱଜିତ ନାୟକ ବୋଲି ଜଣାଯାଇଛି।

ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ କୁମାର ତରାଇ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ବୋଲେରୋ ଚାଳକଙ୍କ ପରିଚୟ ବି ମିଳିଛି। ସେ କିଶନ ନଗର ଅଞ୍ଚଳର କୀର୍ତ୍ତିରଞ୍ଜନ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe