ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା: ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

Advertisment
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା: ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା।  ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ୍। ଅଳ୍ପକେ ବର୍ତ୍ତିଲେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ।

ସୂଚନା ଅନୁଯାୟୀ, ଆଜି ସକାଳେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ୍ ପାଖରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ଛି।ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକ୍ ରେ ଆସୁଥିବା ବେଳେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଯାଇ ଅଟକି ଯାଇଥିବାରୁ ପ୍ରାୟ ତିରିଶି ମିଟର ବୋଲେରୋକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍। ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe