ପାରାଦୀପ: ପାରାଦୀପ ଆଦର୍ଶ ଥାନା ପୁଲିସ ଜଣେ କୁଖ୍ୟାତ ବାଇକ୍ ଚୋରକୁ ଗିରଫ କରିଛି। ଏରସମା ଚାନ୍ଦପୁର ଗାଁର ପ୍ରତାପ ବିଶ୍ବାଳ(୨୦) ନାମ ଏହି ଚୋର ନିକଟରୁ ୩ଟି ଚୋରା ବାଇକ୍ ଜବତ ହୋଇଛି। ସେଥିମଧ୍ୟରୁ ଗୋଟିଏ ବାଇକ୍ର ଯନ୍ତ୍ରାଂଶ ଖୋଲି ସେ ବିକ୍ରି ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟ୍ରୋଲିଂ ହେଉଥିବା ବେଳେ ପ୍ରତାପ ଏକ ବାଇକ୍ରେ ଅଠରବାଙ୍କୀ ନିକଟରେ ପିସିଆର ଭ୍ୟାନକୁ ଅତିକ୍ରମ କରିଥିଲା। ସନ୍ଦେହ ହେବାରୁ ପୁଲିସ ପ୍ରତାପକୁ ପିଛା କରିଥିଲା। ପଛରେ ପିସିଆର ଭ୍ୟାନକୁ ଦେଖି ପ୍ରତାପ ଦ୍ରୁତ ଗତିରେ ବାଇକ୍ ଚଳାଇ ପଳାଇଯିବାକୁ ଉଦ୍ୟମ କରିଥିଲା। କୁମ୍ଭୀର ପାର୍କ ନିକଟରେ ପୁଲିସ ତାକୁ ଅଟକାଇ ଥାନାକୁ ଆଣି ପଚରାଉଚରା କରିଥିଲା। ଚଲାଉଥିବା ବାଇକ୍ଟି ଚୋରା ବୋଲି ପୁଲିସ ନିକଟରେ ପ୍ରତାପ ସ୍ବୀକାର କରିଥିଲା। ତା’ଠାରୁ ତଥ୍ୟ ନେଇ ପୁଲିସ ଆଉ ଦୁଇଟି ବାଇକ୍ ଜବତ କରିଛି।
ତିନି ଚୋରା ବାଇକ୍ ସହ ଅଭିଯୁକ୍ତ ଗିରଫ
Advertisment
Follow Us