ମେଡିକାଲ୍ କଲେଜ ପ୍ରତିଷ୍ଠା ନ ହେଲେ ଜଗତସିଂହପୁରରେ ଭୋଟ୍ ବର୍ଜନ ଧମକ

ମେଡିକାଲ୍ କଲେଜ ପ୍ରତିଷ୍ଠା ନ ହେଲେ ଜଗତସିଂହପୁରରେ ଭୋଟ୍ ବର୍ଜନ ଧମକ

ଜଗତସିଂହପୁର: ମେଡିକାଲ୍ କଲେଜ ନାହିଁ ତ ଭୋଟ ନାହିଁ। ଜଗତସିଂହପୁରରେ ଆନ୍ଦୋଳନ ଆରମ୍ଭ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି। ମେଡିକାଲ୍ କଲେଜ ପ୍ରତିଷ୍ଠା ନ ହେଲେ ଜଗତସିଂହପୁରରେ ଭୋଟ୍ ବର୍ଜନ ଧମକ ଦିଆଯାଇଛି।

ପୂର୍ବରୁ ଏହି ସଂଗଠନ ପକ୍ଷରୁ ଗତ ଡିସେମ୍ବର ୭ ତାରିଖରେ ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ  ସହର ବନ୍ଦ ପାଳନ  କରା ଯାଇଥିଲା। ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସହର ଭିତରେ ଶୋଭାଯାତ୍ରା ବୁଲିଥିଲା। ଏହି ବନ୍ଦକୁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ। ଏହାଫଳରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ବସ୍ ଚଳାଚଳ ବନ୍ଦ ରହିଥିଲା। ଡାକ ବଙ୍ଗଳା ଛକରେ ରାସ୍ତା ଅବରୋଧ କରା ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ୱତଃପ୍ରବୃତ୍ତ ଭାବେ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe