ରାତି ୨ରେ ଯୁବକ-ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ

ରାତି ୨ରେ ଯୁବକ-ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ

ଜଗତସିଂହପୁର ଟାଉନ୍‌: ନାଉଗାଁର ଜଣେ ଝିଅ ଏବଂ ଯଶୋବନ୍ତପୁର ଜଣେ ପୁଅଙ୍କୁ ରାତି ୨ଟା ବେଳେ ଜଗତସିଂହପୁର ପୁଲିସ ଆଳି ପିଙ୍ଗଳରୁ ଉଦ୍ଧାର କରିଛି। ଉଭୟ ଏକ ସାଇକଲ୍‌ରେ ବଜାରରେ ବୁଲୁଥିବା ବେଳେ ପୁଲିସ ନଜରକୁ ଆସିଥିଲେ। ପୁଲିସ ସନ୍ଦେହ କରି ଦୁଇଜଣଙ୍କୁ ଥାନାକୁ ଆଣିଥିଲା। ହେଲେ, ଏତେ ରାତିରେ ସେମାନେ କାହିଁକି ବୁଲୁଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଉଭୟ ପରସ୍ପରକୁ ପ୍ରେମ କରୁଥିବା ପ୍ରାଥମିକ ପଚରାଉଚରାରୁ ଜଣା ପଡ଼ିଛି। ଝିଅଟି ନାବାଳିକା ବୋଲି ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଅଭିଯୋଗ କିମ୍ବା ମତାମତ ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe