ଏରସମା : କୋଲକାତାରୁ ଆସି ଲୁଚି ରହିଥିଲେ ଯୁବକ, କ୍ବାରାଣ୍ଟିନ୍‌ରେ ରହିବାକୁ କହିବାରୁ ଆଶାକର୍ମୀଙ୍କୁ ମାଡ଼

Advertisment
ଏରସମା : କୋଲକାତାରୁ ଆସି ଲୁଚି ରହିଥିଲେ ଯୁବକ, କ୍ବାରାଣ୍ଟିନ୍‌ରେ ରହିବାକୁ କହିବାରୁ ଆଶାକର୍ମୀଙ୍କୁ ମାଡ଼

Islam21c

ଏରସମା : କୋଲକାତାରୁ ଆସି ଲୁଚି ରହିଥିଲେ ଯୁବକ। ତାଙ୍କୁ କ୍ବାରାଣ୍ଟିନରେ ରହିବାକୁ ସେଠାକାର ଆଶାକର୍ମୀ ପରାମର୍ଶ ଦେବାରୁ ସଂପୃକ୍ତ ଯୁବକ ଆଶାକର୍ମୀଙ୍କୁ ମାଡ଼ ମାରିଛନ୍ତି। ଏଭଳି ଏକ ସଂଗିନ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଂଚାୟତରେ। ଥାନାରେ ଅଭିଯୋଗ ପରେ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି।

ସୂଚନା ଅନୁଯାୟୀ, କୋଲକାତାରେ ରହୁଥିବା ରବିନ ଦାସ ଦୁଇ ଦିନ ତଳେ ଗାଁକୁ ପଳାଇ ଆସିଥିଲା। ଏ ସଂପର୍କରେ ସୂଚନା ମିଳିବା ପରେ ତାକୁ ପଂଚାୟତ କ୍ବାରାଣ୍ଟିନ୍‌ରେ ରଖିବାକୁ ସ୍ଥାନୀୟ ଆଶାକର୍ମୀ ସଙ୍ଗୀତା ମଣ୍ତଳ ପରାମର୍ଶ ଦେଇଥିଲେ। ଏ ସଂପର୍କରେ ସଙ୍ଗୀତା ସ୍ଥାନୀୟ ସରପଂଚ ଓ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତରଙ୍କୁ ବି ସୂଚନା ଦେଇଥିଲେ। ବାହାରୁ ଆସିଥିବାରୁ ତାଙ୍କ ନାମ ପଞ୍ଜୀକରଣ କରିବାକୁ ଫର୍ମରେ ଦସ୍ତଖତ କରିବା ପାଇଁ ସଙ୍ଗୀତା ରବିନଙ୍କୁ କହିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇଥିଲେ। ସେ ଏବଂ ତାଙ୍କ ପତ୍ନୀ ଆଶାକର୍ମୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସଙ୍ଗୀତା ଏ ସମ୍ପର୍କରେ ଏରସମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ (କେସ୍‌ ନଂ ୬୮/୨୦ , ଆଇପିସି ୩୬୪, ୨୯୪, ୨୨୩, ୫୦୬ ଓ କରୋନା ମୁକାବିଲା ପାଇଁ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କାରଣରୁ ୧୮୮, ୧୮୬, ୬୧ ଓ ୩୪ ଦଫା) ମାମଲା ରୁଜୁ କରି ରବିନଙ୍କୁ ଗିରଫ କରିବା ସହିତ କୋର୍ଟଚାଲାଣ କରାଯାଇଛି। ରବିନଙ୍କୁ ଆବଶ୍ୟକ ପରୀକ୍ଷା ଦିଗରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe