ଯୁବତୀଙ୍କୁ ନେଇ ପଳାଉଥିବା ବେଳେ ଦୁର୍ଘଟଣା

ଯୁବତୀଙ୍କୁ ନେଇ ପଳାଉଥିବା ବେଳେ ଦୁର୍ଘଟଣା

ଗୋପାଳପୁର: ନିଜ ମାମୁଁଘରକୁ ଆସିଥିବା ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ନେଇ ପଳାଉଥିବା ବେଳେ ବାଇକ୍‌ ଦୁର୍ଘଟଣା ଘଟିଛି। ଲୋକମାନେ ଧାଇଁ ଆସିବା ଭୟରେ ସେମାନେ ବାଇକ୍‌ ଛାଡ଼ି ଯୁବତୀଙ୍କୁ ଧରି ଫେରାର୍‌ ହୋଇଯାଇଛନ୍ତି। ଖବର ମୁତାବକ, ଜଣେ ଯୁବତୀ ନିଜ ମା’ଙ୍କ ସହ ଗୁଆଳିପୁରସ୍ଥିତ ମାମୁଁଘରକୁ ଆସିଥିଲେ। ଗତକାଲି ରାତି ପ୍ରାୟ ୧୨ଟା ଦୁଇଜଣ ଯୁବକ ଏକ ବାଇକ୍‌(ଓଡି-୦୫-ବି-୪୪୬୪) ସହ ସଂପୃକ୍ତ ଯୁବତୀଙ୍କ ମାମୁଁଘର ପାଖରେ ପହଞ୍ଚିଥିଲେ। ଯୁବତୀଜଣଙ୍କୁ ବାଇକ୍‌ରେ ବସାଇ ପଳାଉଥିବା ବେଳେ ବାଇକ୍‌ଟି ଏକ ଗଛରେ ଧକ୍‌କା ଲାଗିଥିଲା। ଲୋକମାନେ ଆସିଯିବା ଭୟରେ ସେମାନେ ବାଇକ୍‌ ଛାଡ଼ି ଯୁବତୀଙ୍କୁ ଧରି ପଳାଇଥିଲେ। ଖବର ପାଇ ରଘୁନାଥପୁର ପୁଲିସ ବାଇକ୍‌ଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe