ଭୁବନେଶ୍ବର: ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ ଉନ୍ମୋଚନ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍
ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ପୂର୍ବତନ ବିଧାୟିକା କୁସୁମ ଟେଟେ, ‘ସାଇବର ଅପରାଧ’ ପୁସ୍ତକ ଲେଖକ ତଥା ‘ସମ୍ବାଦ’ ଜଗତସିଂହପୁର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶୁଭକାନ୍ତ ପଢ଼ିହାରୀ, ଇଂରାଜୀ ଅନୁବାଦ କରିଥିବା ଶିକ୍ଷକ ରାକେଶ ରୋସନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଛତିଶଗଡ଼ରେ ବିକ୍ରି ପାଇଁ ଅନୁମତି ମାଗିଲେ ଚାଷୀ
ସାଇବର ଅପରାଧ କ’ଣ, କେମିତି ସାଇବର ଅପରାଧୀମାନେ ଟଙ୍କା ଠକେଇ କରନ୍ତି, ଅନଲାଇନ୍ ଠକେଇ, କ୍ୟୁଆର କୋଡ୍ ସ୍କାନ୍ ଠକେଇ, ପାର୍ସଲ ନାଁରେ ଠକେଇ(ଡିଜିଟାଲ୍ ଆରେଷ୍ଟ), କୌନ ବନେଗା କରୋଡପତି ଭଳି ଅପରାଧୀଙ୍କ ଜାଲ୍ ଲଟେରି ସ୍କାମ୍ ଜରିଆରେ ଠକେଇ ପ୍ରସଙ୍ଗରେ ଏଥିରେ ବର୍ଣ୍ଣନା କରାଯାଇଛି।
ସାଇବର ଅପରାଧ କ’ଣ, କେମିତି ସାଇବର ଅପରାଧୀମାନେ ଟଙ୍କା ଠକେଇ କରନ୍ତି, ଅନଲାଇନ୍ ଠକେଇ, କ୍ୟୁଆର କୋଡ୍ ସ୍କାନ୍ ଠକେଇ, ପାର୍ସଲ ନାଁରେ ଠକେଇ(ଡିଜିଟାଲ୍ ଆରେଷ୍ଟ), କୌନ ବନେଗା କରୋଡପତି ଭଳି ଅପରାଧୀଙ୍କ ଜାଲ୍ ଲଟେରି ସ୍କାମ୍ ଜରିଆରେ ଠକେଇ, ମୋବାଇଲ ଓ ଇଣ୍ଟରନେଟ୍ ରିଚାର୍ଜ ନାଁରେ ଠକେଇ, ଵାର୍କ ଫ୍ରମ ହୋମ୍ ନାଁରେ ପ୍ରମୁଖ ଠକେଇ, ଠକାମିର ଶିକାର ହେଲା ପରେ କେଉଁ ପଦକ୍ଷେପ ଗ୍ରହଣ କରିବେ, ଠକେଇରୁ ରକ୍ଷା ପାଇବା ପାଇଁ କେଉଁ ଉପାୟ ଓ କୌଶଳ ଅବଲମ୍ବନ କରିବେ ସେ ନେଇ ଏହି ପୁସ୍ତିକାରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିବା ଲେଖକ ଶୁଭକାନ୍ତ ପଢ଼ିହାରୀ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ମହାନଦୀରୁ ମିଳିଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ
ବିଶେଷ କରି ହାଇସ୍କୁଲ, କଲେଜ ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ଓ ସ୍ମାର୍ଟ ଫୋନ୍ ଚଳାଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ପୁସ୍ତିକା ବେଶ୍ ଉପାଦେୟ ହୋଇପାରିବ ବୋଲି ସେ କହିଛନ୍ତି। ଓଡ଼ିଆରେ ବିସ୍ତୃତ ଭାବେ ସାଇବର ଅପରାଧ ସଚେତନତା ସମ୍ପର୍କିତ ପୁସ୍ତକ ପ୍ରକାଶ ପାଇବା ପ୍ରଥମ ବୋଲି ସେ ସୂଚନା ଦେଇଛନ୍ତି। ଶାନ୍ତିସେନା ପବ୍ଲିକେସନ୍ ପକ୍ଷରୁ ଏହି ପୁସ୍ତକ ପ୍ରକାଶ ପାଇଛି।
ଏହି ଖବର ପଢ଼ନ୍ତୁ: ବନ କର୍ମଚାରୀଙ୍କୁ ସଶକ୍ତ କରିବାକୁ ସରକାର ବିଚାର କରୁଛନ୍ତି