ଗୋପାଳପୁର: କନ୍ଦରପୁର ଥାନା ପାଇକସାହି ଗ୍ରାମରେ ସାପ କାମୁଡ଼ିବା ଯୋଗୁ ଜଣେ ୯ମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଗାଁର ରଜଂନ ବିଶ୍ବାଳଙ୍କ ପୁଅ ରାଜୀବ ଘରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କନ୍ଦରପୁର ଚିକିସ୍ଥା କେନ୍ଦ୍ରକୁ ନେଇଥିଲେ। ତେବେ, ସେଠାରେ ଡାକ୍ତର ନ ଥିବାରୁ ରାଜୀବଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ।
ସାପ କାମୁଡ଼ାରେ ଛାତ୍ର ଗୁରୁତର
Advertisment
Follow Us