୪୭ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

Advertisment
୪୭ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

Sambad

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳରୁ ୨୦ଗ୍ରାମ  ଓ ପାଟେଣି ଗ୍ରାମ କୁସିଦା ଅଞ୍ଚଳରୁ ୨୭ଗ୍ରାମ ବ୍ରାଉନସୁଗାର ଜବତ କରାଯିବାସହ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କୁଆଡ଼ର ମିଳିତ ଉଦ୍ୟମରେ ଦୁଇଟି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତ ଦୁଇଜଣ ଆଳିପିଙ୍ଗଳର ଦିବ୍ୟ ରଞ୍ଜନ ସେଠୀ ଓ ପାଟଣୀ ଗ୍ରାମର ଦୀପକ କୁମାର ରାଉତ। ଏମାନେ  ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳୁ ଉଭୟ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଓ ପାଟେଣି ଗ୍ରାମ କୁସିଦା ଅଞ୍ଚଳରୁ ମୋଟ୍‌ ୪୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କୁଆଡ଼ର ମିଳିତ ଉଦ୍ୟମରେ ଦୁଇଟି ଅଞ୍ଚଳରେ ଆଜି ଶୁକ୍ରବାର ଚଢ଼ାଉ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe