ପାରାଦୀପ: ରାସ୍ତାରେ ଭାସୁଛି ପୋଡ଼ା ମୋବିଲ

Advertisment
ପାରାଦୀପ: ରାସ୍ତାରେ ଭାସୁଛି ପୋଡ଼ା ମୋବିଲ

sambad english

ପାରାଦୀପ: ପାରାଦୀପ ଗଡ଼ ବଜାର ଛକ ରାସ୍ତାରେ ଭାସୁଛି ପୋଡ଼ା ମୋବିଲ। ଜାହାଜରୁ ବାହାରୁଥିବା ପୋଡ଼ା ମୋବିଲ ଏକ ବଡ଼ ଟ୍ୟାଙ୍କରରେ ପାରାଦୀପ ବନ୍ଦରରୁ ଯାଉଥିବା ବେଳେ ଗଡ଼ ବଜାରରେ ଏହାର ପାଇପ ଫାଟିଯିବାରୁ ମୋବିଲ ରାସ୍ତାରେ ବୋହି ଯାଇଥିଲା। ଟ୍ୟାଙ୍କରରେ ପାଖାପାଖି ୪ ହଜାର ଲିଟର ପୋଡ଼ା ମୋବିଲ ଥିଲା ।

ଗୋଟିଏ ଚାମ୍ବରର ୨ ହଜାର ଲିଟର ତେଲ ରାସ୍ତାରେ ବୋହିଯାଇଛି। ଖବର ପାଇବା ପରେ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ତେଲ ବୋହିବା ବନ୍ଦ କରିବା ସହିତ ଗାଡ଼ିକୁ ଥାନାକୁ ନିଆଯାଇଛି। ତେବେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଥିବା ବେଳେ ତେଲ କେଉଁଠିକୁ ଯାଉଥିଲା ଏବଂ ଏହାକୁ କିଏ ନେଉଥିଲା ତାହାର ସୂଚନା ମିଳିନାହିଁ।

ବିଭିନ୍ନ ସମୟରେ ବନ୍ଦରର ନିଷିଦ୍ଧାଞ୍ଚଳରୁ ଏହି ପୋଡ଼ା ମୋବିଲ ଚୋରାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଥିବା ବେଳେ, ଗାଡ଼ି ଡ଼୍ରାଇଭର ଫେରାର ହୋଇଯିବା ତେଲ ଚୋରା ଚାଲାଣ ହେଉଥିବା ସନ୍ଦେହ କରୁଛି ପୁଲିସ। ଯେଉଁଥିପାଇଁ ଗାଡ଼ି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ଲକ୍ ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe