ବସ୍‌ ଦୁର୍ଘଟଣାରେ ଯୁବକ ମୃତ, ରାସ୍ତା ଅବରୋଧ

Advertisment
ବସ୍‌ ଦୁର୍ଘଟଣାରେ ଯୁବକ ମୃତ, ରାସ୍ତା ଅବରୋଧ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ତିର୍ତ୍ତୋଲ: କଟକ-ପାରାଦୀପ ରାସ୍ତା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତେରତାଙ୍ଗ ଗଡ଼ା ହମ୍ପ୍‌ସ ପାଖରେ ଆଜି ସଂଧ୍ୟା ୭ଟା ସମୟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ତରଜଙ୍ଗା ପଞ୍ଚାୟତ ବାଲିପାଟଣା ବଫାପୁର ଗ୍ରାମର ମଦନ ସାହୁଙ୍କ ପୁତ୍ର ସନାତନ(୨୮)ଙ୍କର ମୃତ୍ୟୁ ଘଟିଛି। ସନାତନ ଏକ ଲୁନା ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଶୁଭମ୍ ନାମକ ଯାତ୍ରୀବାହୀ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସନାତନ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ତ ଓ ଗୋଡରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ବାଲିପାଟଣା ଛକରେ ଟାୟାର ଜାଳି କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ପରେ ବସ୍‌ଟି ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଇ ଯାଇ ତିର୍ତ୍ତୋଲ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ତିର୍ତ୍ତୋଲ ପୁଲିସ ଶବଟିକୁ ଜବତ କରିବା ସହିତ ଗାଡ଼ି ଚାଳକ ଓ ଗାଡିଟିକୁ ଥାନାରେ ଅଟକ ରଖିଛି। ତେବେ, ରିପୋର୍ଟ‌୍ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe