ଏରସମା: ଏରସମା ତହସିଲର ନାରଦିଆ ରେଭିନ୍ୟୁ ସର୍କଲ ଅନ୍ତର୍ଗତ ଗୋବିନ୍ଦପୁର ମୈାଜାର ପାଖାପାଖି ୧୦୦ଏକର ଜମିରେ ଲୁଣାପାଣି ମାଡ଼ି ଯାଇଛି। ଚିଙ୍ଗୁଡ଼ି ଘେରିରୁ ବାହାରିଥିବା ଏହି ପାଣି ଧାନବିଲରେ ପଶିଯିବାରୁ ୫୦ରୁ ଅଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ଲୁଣାପାଣି ମାଡ଼ିଯିବା ଯୋଗୁଁ ଏବେ ବିଲରେ କେବଳ ଥୁ˚ଟା ଧାନଗଛ ଠିଆ ହୋଇଛି ା ପଚାଶରୁ ଅଧିକ ଚାଷୀ ଏହି ଜମିରୁ ଧାନ ଅମଳ କରି ପରିବାର ପୋଷଣ କରିବାକୁ ଚାହିଁ ବସିଥିଲା ବେଳେ ଚିଙ୍ଗୁଡି ଘେରି ମାଲିକମାନଙ୍କ ବେପରୱା କାମ ଯୋଗୁଁ ସେମାନଙ୍କ ଧାନ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି।
ସୂଚନାଯୋଗ୍ୟ, ସାଇଁଳିଆ ନଦୀ ନିକଟରେ କେତେକ ବ୍ୟକ୍ତି ଗତବର୍ଷ ଓ ଚଳିତବର୍ଷ ଚିଙ୍ଗୁଡି ଘେରି କରି ଚିଙ୍ଗୁଡ଼ି ଚାଷ କରୁଛନ୍ତି। ସେମାନେ ବିଳମ୍ବିତ ରାତିରେ ଉକ୍ତ ଘେରିରୁ ଲୁଣାପାଣିକୁ ପମ୍ପ ସାହାଯ୍ୟରେ ଧାନ କିଆରିକୁ ଛାଡି େଦବା ଯୋଗୁଁ ଧାନଗଛଗୁଡ଼ିକ କେଣ୍ଡା କାଢି ପାରି ନଥିଲା। ଏ ସମ୍ବନ୍ଧରେ ଘେରି ମାଲିକଙ୍କୁ ପଚାରିବାରୁ ସେ ଧାନଚାଷୀମାନଙ୍କୁ ନାଲି ଆଖି ଦେଖେଇଥିବା ଅଭିଯୋଗ ହୋଇଛି। ଆଜି ଧାନ କାଟିବା ପାଇଁ ଚାଷୀମାନେ ଧାନ କିଆରୀ ପହଞ୍ଚିବାବେଳକୁ ଧାନଗଛର ଅବସ୍ଥା ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ଯୁଧୀଷ୍ଠିର ବିଶ୍ବାଳ, ରବୀନ୍ଦ୍ର ମହାନ୍ତି, ପ୍ରତାପ ମହାନ୍ତି, ସଦାନନ୍ଦ ଗୋଛାୟତ, ଅକ୍ଷୟ ମହାରଣା, ବିଜୟ ମହାରଣା, ପରମାନନ୍ଦ ମହାନ୍ତି, ସନାତନ ପରିଡା, ଆଶିଷ ବ୍ରହ୍ମା, ବୀରକିଶୋର ପାଳ, ପ୍ରହଲ୍ଲାଦ ବିଶ୍ବାଳ ପ୍ରମୁଖ ଚାଷୀ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ତଥା ଚିଙ୍ଗୁଡ଼ି ଘେରି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା କରାନଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us