ପାରାଦୀପ: ଛୁରାମାଡ଼ରେ ସିଆଇଏସ୍‌ଏଫ ହାବିଲଦାର ଗୁରୁତର, କଟକ ସ୍ଥାନାନ୍ତର

Advertisment
ପାରାଦୀପ: ଛୁରାମାଡ଼ରେ ସିଆଇଏସ୍‌ଏଫ ହାବିଲଦାର ଗୁରୁତର, କଟକ ସ୍ଥାନାନ୍ତର

ପାରାଦୀପ: ଜଣେ ଅପରିଚିତ ବ୍ୟକ୍ତିର ଛୁରାମାଡ଼ରେ ଶୁକ୍ରବାର ଅପରାହ୍ନରେ ସିଆଇଏସ୍‌ଏଫ୍‌ର ହାବିଲଦାର ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ହାବିଲଦାର ପରଶୁରାମ ଓଝା ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ଷଣ୍ଢକୁଦ ବସ୍ତିରେ ଥିବା ଏକ ହୋଟେଲରେ ପରଶୁରାମ ଅପରାହ୍ନ ୩ଟାରେ ଜଳଖିଆ ଖାଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଅଚାନକ ପହଞ୍ଚି ଛୁରୀରେ ଆକ୍ରମଣ କରିଥିଲା। ପରଶୁରାମଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ କାବୁ କରି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe