‘ପରିବେଶ ବିବିଧତାର ସଂରକ୍ଷଣ କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ଵାନ’

ପରିବେଶ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ଵାନl ଏଥିପାଇଁ ସାମୂହିକ ପ୍ରୟାସ ନିତ୍ୟାନ୍ତ ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ରବିବାର କହିଛନ୍ତିl

549819878_1331160831899733_2280936371133467734_n

ଜଗତସିଂହପୁର: ପରିବେଶ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ଵାନl ଏଥିପାଇଁ ସାମୂହିକ ପ୍ରୟାସ ନିତ୍ୟାନ୍ତ ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ରବିବାର କହିଛନ୍ତିl ସମ୍ବାଦ ଗ୍ରୁପ ପକ୍ଷରୁ ଆଜି ପାରାଦ୍ୱୀପସ୍ଥିତ ଅଫିସର୍ସ କ୍ଲବ୍ ଠାରେ ଆୟୋଜିତ ‘କ୍ଲାଇମେଟ୍ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଆସନ୍ତୁ ସମସ୍ତେ ମିଳିମିଶି ଦାୟିତ୍ୱବାନ ହୋଇ ଏ ଦିଗରେ କାର୍ଯ୍ୟକରିବା l

ସେ କହିଛନ୍ତି, ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ହ୍ରାସ କରିବା ତଥା ଏକ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ଏକାଠି ହେବା। 

ଦୈନିକ ‘ସମ୍ବାଦ’ର ଜଗତସିଂହପୁର ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିଆରୀଙ୍କ ସଂ‌ଯୋଜନାରେ ଆୟୋଜିତ ସମାରୋହରେ ଶ୍ରୀ ସ୍ବାଇଁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟରେ ଆମ ସରକାର ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରିବା ସହ ନୂତନ ଜଙ୍ଗଲ ସୃଷ୍ଟି, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ବର୍ଜନ, ସୌରଶକ୍ତି ଓ ଇଲେକ୍ଟ୍ରିକ୍‍ ଯାନର ବ୍ୟବହାର, ରାସାୟନିକ ପଦାର୍ଥର କମ୍ ଉପଯୋଗ ଏବଂ ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛନ୍ତିl ଏହାସହ 'ସ୍ଵଚ୍ଛ ଭାରତ ଅଭିଯାନ' ମାଧ୍ୟମରେ ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେବା ସହିତ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରାଥମିକତା ଦେଉଛନ୍ତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୋଜନାର କାର୍ଯ୍ୟକାରିତା ଓ ତଦାରଖ ପାଇଁ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷ ମଧ୍ୟ ପ୍ରତିଷ୍ଠା କରାଯାଇଛି।

 Punascha Pruthibi | Jagatsinghpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe