କୁକୁର କାମୁଡ଼ାରେ ହରିଣ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ୨ ମାଈ କୃଷ୍ଣସାର ମୃତ

Representational image

ତାରପୁର:  ରାତି ପ୍ରାୟ ୮ଟା ସମୟରେ ରଘୁନାଥପୁର ବ୍ଲକ୍ ମୁଣ୍ଡାଳ ସ୍କୁଲ ନିକଟରେ କୁକୁର କାମୁଡ଼ାରେ ଏକ ହରିଣର ମୃତ୍ୟୁ ଘଟିଛି। ରିପୋର୍ଟ‌୍ ଲେଖାଯିବା ପର୍ଯ୍ୟନ୍ତ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକେ ହରିଣର ଶବକୁ ରଖିଛନ୍ତି। ହରିଣଟି ସକାଳେ ଚରିବାକୁ ଯାଇଥିବା ବେଳେ ବାଟ ଭୁଲି ସହର ମଧ୍ୟକୁ ପ୍ରବେଶ କରିଥିଲା। ବୁଲା କୁକୁରଙ୍କ ହାବୁଡ଼ାରେ ପଡ଼ିଯିବାରୁ ସେମାନେ ହରିଣଟିକୁ ଅତର୍କିତ ଭାବେ ଅାକ୍ରମଣ କରି ମାରି ଦେଇଥିଲେ। ଗତ ରବିବାର ରାତିରେ ଟ୍ରେନ୍‌ରେ କଟି ୪ଟି ହରିଣ ମୃତ୍ୟୁବରଣ କରିବାର ମାତ୍ର ଦିନ ପରେ ଆଉ‌ ଏକ ହରିଣ କୁକୁରଙ୍କ ଶିକାର ହୋଇଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe