A voting official marks the finger of a voter inside a polling booth during the second phase of state elections, in Azamgarh town in the northern Indian state of Uttar Pradesh February 11, 2012. Uttar Pradesh, with 200 million people, is an unruly state that stretches southeast from New Delhi, divided along its length by the Ganges River. To avoid violence, voting is staggered over seven days. Results from a total of five state elections are to be announced on March 6. REUTERS/Pawan Kumar (INDIA - Tags: POLITICS ELECTIONS)
ଜଗତସିଂହପୁର ଟାଉନ୍: ଗୋଟିଏ ସମୟରେ ବାଲିକୁଦା ଥିଲା କଂଗ୍ରେସର ଗଡ଼। କିନ୍ତୁ ସେଠି ଏବେ କଂଗ୍ରେସର ଆଉ ସେ ସ୍ଥିତି ନାହିଁ। କଂଗ୍ରେସ ଛାଡ଼ି ବହୁ ପୁରୁଖା ନେତା, କର୍ମୀ ଅନ୍ୟ ଦଳକୁ ଡିଆଁ ମାରିଛନ୍ତି। ୨୦୦୯ ମସିହା ଠାରୁ ଲଗାତାର ଭାବେ ବିଜେଡି ଏଠି ବିଜୟୀ ହୋଇ ଆସୁଛି। କିନ୍ତୁ ତିର୍ତ୍ତୋଲ ବ୍ଲକରେ କଂଗ୍ରେସର ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କଂଗ୍ରେସ ନେତାଙ୍କ ମନୋବଳକୁ ବଢାଇ ଦେଇଛି। ଏବେ ଜିଲ୍ଲାରେ ଅା ସଳଖିବା ପାଇଁ କଂଗ୍ରେସର ହେଭିଓ୍ବେଟ୍ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ବାଲିକୁଦା–ଏରସମାରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ହାତରେ ରହିଛି କଂଗ୍ରେସ ସଙ୍ଗଠନ। ତାଙ୍କ ବାପା ବାସୁଦେବ ମହାପାତ୍ର ଥିଲେ ଦଳର ଅପ୍ରତିଦ୍ବନ୍ଦ୍ବୀ ନେତା। ଲଲାଟେନ୍ଦୁ ବି ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବିଧାୟକ ଥିଲେ।
କିନ୍ତୁ ୨୦୦୦ ମସିହାରେ ତାଙ୍କୁ କଂଗ୍ରେସ ଟିକେଟ୍ ଦେଇ ନଥିଲା। ବିବାଦ ଯୋଗୁଁ ତାଙ୍କୁ ଦଳ ୧୪ ବର୍ଷ ଦୂରେଇ ରଖିଥିଲା। ୨୦୦୦ ମସିହା ଠାରୁ କଂଗ୍ରେସ ସଙ୍ଗଠନ ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ରହିଥିଲା। ହେଲେ ୨୦୦୯ ମସିହାରେ ଉମେଶ ଚନ୍ଦ୍ର ସ୍ବାଇଁଙ୍କୁ ହରାଇ ଏଠି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ବିଧାୟକ ହୋଇଥିଲେ। ସେତେବେଳେ ଉମେଶ ଚନ୍ଦ୍ର ସ୍ବାଇଁ ଲଲାଟେନ୍ଦୁଙ୍କ ଉପରେ ଦଳ ବିରୋଧୀ ଆରୋପ ଲଗାଇଥିଲେ। ୨୦୧୪ ମସିହାରେ କଂଗ୍ରେସ ଲଲାଟେନ୍ଦୁଙ୍କ ନିଲମ୍ବନ ଉଠାଇବା ପରେ ଉମେଶ ଚନ୍ଦ୍ର ସ୍ବାଇଁ ଦଳ ଛାଡ଼ି ବିଜେଡିକୁ ଚାଲି ଯାଇଥିଲେ। ଏବଂ ଦଳ ପୁନର୍ବାର ଲଲାଟେନ୍ଦୁଙ୍କୁ ଭରସା କରି ପ୍ରାର୍ଥୀ କରିଥିଲା। କିନ୍ତୁ ୨୦୧୪ ଓ ୨୦୧୯ ଲଗାତାର ଭାବେ ପରାଜୟ ବରଣ କରିଛନ୍ତି ଶ୍ରୀ ମହାପାତ୍ର। ଏଭଳି ସ୍ଥିତିରେ ୨୦୨୪ ପାଇଁ ଦଳ ନୂଆ ଚେହେରାଙ୍କୁ ପ୍ରୋଜେକ୍ଟ କରୁଥିବା ଚର୍ଚ୍ଚା ହେଉଛି। ଏରସମା ବଳେଇପୁର ପଂଚାୟତ ତନ୍ତିଆ ଗ୍ରାମର ନଳିନୀ ସ୍ବାଇଁ ଏବେ ଧୀରେ ଧୀରେ କଂଗ୍ରେସ ସଙ୍ଗଠନକୁ ହାତ ମୁଠାକୁ ନେଉଛନ୍ତି। ପ୍ରତି ପଂଚାୟତରେ ବୈଠକ କରିବା ସହ ପୁରୁଖା କଂଗ୍ରେସ ନେତାଙ୍କୁ ଭେଟି ସଙ୍ଗଠନକୁ ମଜବୁତ କରୁଛନ୍ତି।
ବାହାଘର ଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା, ସଭା ସମିତିରେ ନଳିନୀଙ୍କୁ ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ସେ ଲଲାଟେନ୍ଦୁ ମହାପାତ୍ରଙ୍କୁ ବାଦ୍ ଦେଇ ସଭା କରୁଛନ୍ତି। ଗତ ଅଗଷ୍ଟ ମାସରେ ଜିଲ୍ଲା ଯୁବ ସଭାପତି ଭାବେ ପ୍ରଶାନ୍ତ ମଲ୍ଲିକଙ୍କୁ ଚୟନ କରାଯାଇଛି। ଏହାପରେ ୭୦ ଜଣିଆ କମିଟି ଗଠନ କରାଯିବା କଥା। ତିେର୍ାଲ ନିର୍ବାଚନ ସମୟରେ ୩୦ ଜଣ ଯୁବ ସମ୍ପାଦକ, ଉପ ସଭାପତି ୬ ଜଣ, ସାଧାରଣ ସମ୍ପାଦକ ୧୬ ଜଣ, କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ ଏବେ ଯାଏ ନିର୍ବାଚନ ମଣ୍ତଳୀ ଯୁବ ସଭାପତି ଓ ବ୍ଳକ୍ ଯୁବ ସଭାପତିଙ୍କ ନାମ ଘୋଷଣା କରାଯାଇ ନାହିଁ। ବାଲିକୁଦା ବ୍ଳକରେ ଦୁଇ ନେତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ନେଇ ଟଣାଓଟଣା ପାଇଁ ନାମ ଘୋଷଣା ହୋଇ ପାରି ନଥିବା କୁହାଯାଉଛି। ୭୦ ଜଣ ତାଲିକାରେ ବାଲିକୁଦା–ଏରସମାରୁ ୧୫ ଜଣ ରହିଥିବା ବେଳେ ଅଧିକାଂଶ ନଳିନୀ ସ୍ବାଇଁଙ୍କ ସମର୍ଥିତ ପ୍ରାୟ ୧୦ ଜଣ। ଅନ୍ୟପଟେ ବାଲିକୁଦାରେ ଶ୍ରୀ ସ୍ବାଇଁ କେଦାର ନାଥ ଦଳେଇଙ୍କ ନାମ ସୁପାରିସ କରିଥିବା ବେଳେ ଶ୍ରୀ ମହାପାତ୍ର ସୌଭାଗ୍ୟ ରଂଜନ ଦାସଙ୍କ ନାମ ସୁପାରିସ କରିଛନ୍ତି। ଯାହାକୁ ନେଇ ବିବାଦ ଲାଗି ରହିଛି।
ତିର୍ତ୍ତୋଲ ନିର୍ବାଚନରେ ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷକ ସହ ସ୍ବତନ୍ତ୍ର ଭାବେ ଜଗନ୍ନାଥପୁର ଓ ଇବ୍ରିସିଂ ପଂଚାୟତର ଦାୟିତ୍ବରେ ରହିଥିଲେ ଶ୍ରୀ ସ୍ବାଇଁ। ଅନ୍ୟପଟେ ଶ୍ରୀ ମହାପାତ୍ରଙ୍କୁ ରଘୁନାଥପୁର ଦାୟିତ୍ବ ଦିଆଯାଇଥିବା ବେଳେ ସେ ନିଜକୁ ଦୂରେଇ ରଖିଥିଲେ। ୨୦୧୨ ପଂଚାୟତ ନିର୍ବାଚନରେ ଏରସମାରେ ମାନସ ସେଠୀଙ୍କୁ ବ୍ଲକ୍ ଅଧ୍ୟକ୍ଷ ଏବଂ ସାରଦା ଜେନାଙ୍କୁ ୪ ନମ୍ବର ଜୋନର ଜିଲ୍ଲା ପରିଷଦ କରାଇବାରେ ଶ୍ରୀ ସ୍ବାଇଁଙ୍କର ପ୍ରମୁଖ ଭୂମିକା ରହିଥିଲା। ୨୦୧୪ରେ କଂଗ୍ରେସ ଏରସମାରୁ ୧୨ ହଜାର ଭୋଟ ପାଇଥିବା ବେଳେ ୨୦୧୯ରେ ତାଙ୍କ ଉଦ୍ୟମରେ ୨୧ ହଜାର ଭୋଟ୍ ପାଇଥିଲା କଂଗ୍ରେସ। ତେବେ ସାରଦା ଜେନା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ଏବେ ଏରସମା ବ୍ଲକ୍ ସମ୍ପୂର୍ଣ୍ଣ ଭାବେ ନଳିନୀଙ୍କ କବଜାରେ। ନଳିନୀଙ୍କ ଉପରେ ଯେହେତୁ ବିଶ୍ବାଳ ଭ୍ରାତାଙ୍କ ହାତ ରହିଛି ତେଣୁ ତାଙ୍କୁ ନିକଟରେ ଏକ ବଡ଼ ଦାୟିତ୍ବ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
Follow Us