ପ୍ରେମ ପାଇଁ ହିଁ ଜଳିଗଲେ ବିପିନ୍‌; କେବେ ସହମତି ତ କେବେ ଏକପାଖିଆ !

Advertisment
ପ୍ରେମ ପାଇଁ ହିଁ ଜଳିଗଲେ ବିପିନ୍‌; କେବେ ସହମତି ତ କେବେ ଏକପାଖିଆ !

Sambad

ଜଗତସିଂହପୁର/ଗାରୋଇ: ନାଉଗାଁ ବ୍ଲକ୍ ଡେରିକି ଗାଁରେ ଗତକାଲି ରାତିରେ ପ୍ରେମସମ୍ପର୍କକୁ କେନ୍ଦ୍ର କରି ବିପିନ ସାହୁ ଜଳିଯିବା ଘଟଣାକୁ ନେଇ ଏବେ ବି ଚର୍ଚ୍ଚା ଥମିନାହିଁ। ତେବେ ବିପିନ ପ୍ରେମ ସମ୍ପର୍କରେ କେବେ ସଫଳ ତ କେବେ ବିଫଳ ହୋଇ ଏକପାଖିଆ ପ୍ରେମରେ ମାନସିକ ସନ୍ତୁଳନ ହରାଇ ଆତ୍ମାହୂତି ଭଳି ଚରମ ପଦକ୍ଷେପ ନେଇଥିବା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି। ଆଜି ଜଗତସିଂହପୁର ଏସ୍‌ଡିପିଓ ଶ୍ରୀ ଶତପଥୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିପିନ ରହୁଥିବା ଘରକୁ ଯାଂଚ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ପୁଲିସ୍‌ ପଚରାଉଚରା କରି ବିପିନଙ୍କ ବାଇକ୍ (ଜେଏଚ୍ ୦୫ ଏଚ୍ ୫୨୨୮)କୁ ଜବତ କରିଛି। ପୁଲିସ୍‌ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଯିବ ଓ ରହସ୍ୟରୁ ପରଦା ହଟିବ ବୋଲି ଏସ୍‌ଡ଼ିପିଓ ପ୍ରିୟ ରଂଜନ ଶତପଥୀ ସୂଚନା ଦେଇଛନ୍ତି।

ତେବେ ବିପିନ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ନା ତାଙ୍କୁ କେହି ଜାଳିଦେଲା ? ଏହାକୁ ନେଇ ଏବେବି ନାନା ଆଶଙ୍କା ସୃଷ୍ଟି ହୋଇଛି। ମାତ୍ର ବିପିନଙ୍କର ଯେଉଁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା, ତାଙ୍କୁ ସେ ମାନସିକ ଯନ୍ତ୍ରଣା ଦେଉଥିବା ସୁରାକ ମିଳିଛି। ଘଟଣା ଘଟିବା ଦିନ ବିପିନ ଉକ୍ତ ଯୁବତୀଙ୍କୁ ପ୍ରାୟ ୨୦–୨୫ ଥର କଲ୍ କରିଥିଲେ। ମାତ୍ର ଯୁବତୀ ତାଙ୍କ ଫୋନ୍ ନ ଧରିବାରୁ ସେ ଭୀଷଣ ଭାବେ ରାଗିଯିବା ସହ ଏମିତି ଏକ ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଉଭୟଙ୍କ ମଧ୍ୟରେ ବାର୍ତାଳାପର ଅଡ଼ିଓ ରେକଡିଂ 'ସମ୍ବାଦ' ହାତରେ ଲାଗିଛି। ଏଥିରେ ବିପିନ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ତ ହେଉଥିବା ବେଳେ ବିପିନ ନିଜେ ମରିବା ସହ ଯୁବତୀଙ୍କୁ ମାରିଦେବା ପାଇଁ ଧମକ ଦେଉଛନ୍ତି। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଶୁଣିବାକୁ ମିଳିଛି।

publive-image Sambad

ଏବେ ଶରୀରର ୮୦ ଭାଗ ପୋଡ଼ି ଯିବା ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଯୁବତୀ ଗତକାଲି ତାଙ୍କ ମାମୁଘର ଜେଜେଙ୍କ ସହ ସ୍କୁଟିରେ ନିକଟସ୍ଥ ବଜାରକୁ ଯାଇଥିବା ବେଳେ ରାସ୍ତାରେ ବିପିନ ତାଙ୍କୁ ଅଟକାଇ ଜୋରଜବରଦସ୍ତ ସାଥୀରେ ନେବା ପାଇଁ ପ୍ରୟାସ କରିଥିଲେ। ମାତ୍ର ସେ ସେଠାରୁ ଚାଲିଆସିବାର କିଛି ସମୟ ପରେ ଏହି ଅଘଟଣ ଘଟିଥିଲା ବୋଲି ଯୁବତୀ ଜଣକ କହିଛନ୍ତି। ଗୁରୁତର ଅବସ୍ଥାରେ ବିପିନଙ୍କୁ ହସ୍‌ପିଟାଲ ନିଆଯିବା ବେଳେ 'ମୁଁ ବଂଚିଗଲେ ସମସ୍ତ ବିଷୟରେ କହିବି’ ବୋଲି କହିବା ପରେ ପ୍ରକୃତରେ ସେ କ'ଣ କହିବାକୁ ଚାହୁଁଛନ୍ତି ଜଣାପଡ଼ୁ ନାହିଁ। ଯୁବତୀ ଜଣକ ବିପିନଙ୍କ ତିନି ତିନିଟା ନମ୍ବରକୁ ବ୍ଲାକ୍ ଲିଷ୍ଟରେ ରଖି ଦେଇଥିଲେ। ଯାହାକୁ ନେଇ ବିପିନ ବେଶ୍ ଉତ୍‌କ୍ଷୀପ୍ତ ହୋଇ ଯୁବତୀଙ୍କ ଚରିତ୍ରକୁ ଆକ୍ଷେପ କରିବା ସହ ଭୀଷଣ ଗାଳିଗୁଲଜ କରୁଥିଲେ। ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଂଚଳର କେତେକ ଯୁବକଙ୍କ ସହ ବିପିନ ଆସି ଗଙ୍ଗଦା ହାଟରେ ରହି ରାଜମିସ୍ତ୍ରୀ କାର୍ଯ୍ୟ କରନ୍ତି।

ଗତବର୍ଷ ଜୁନ୍ ମାସରେ ସେହି ଯୁବତୀଙ୍କୁ ସାଙ୍ଗରେ ଧରି ଘର ଛାଡ଼ି ଚାଲିଯାଇଥିଲେ। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ନାଉଗାଁ ଥାନାରେ ମାମଲା ରୁଜୁ କରାଯାଇଥିଲା। ପରେ ପୁଲିସ ସାମ୍ନାରେ ଯୁବତୀ ଜଣକ ତାଙ୍କୁ କେହି ଅପହରଣ କରି ନାହିଁ ବରଂ ସେ ନିଜ ଇଚ୍ଛାରେ ଯାଇଥିବା ନେଇ ବୟାନ ଦେଇଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମ‌ନୋମାଳିନ୍ୟ ହୋଇଥିଲା। ଚରିତ୍ରକୁ ନେଇ ବିପିନ ସର୍ବଦା ସନ୍ଦେହ କରୁଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe