ପାରାଦୀପରେ ନକଲି ମଶାବତୀ କାରଖାନା ଠାବ: ଜଣେ ଅଟକ

Advertisment
ପାରାଦୀପରେ ନକଲି ମଶାବତୀ କାରଖାନା ଠାବ: ଜଣେ ଅଟକ

ପାରାଦୀପ: ପାରାଦୀପର ତାରେଣୀଗଡ଼ାରେ ନକଲି ମଶାବତୀ କାରଖାନା ଠାବ ହୋଇଛି। ଧୂପବତୀ ନାମରେ ନକଲି କାରବାର ଚାଲିଥିଲା ବେଳେ ପାରାଦୀପ ଥାନା ପୁଲିସ ପକ୍ଷରୁ ଅଚାନକ ଚଢାଉ ହୋଇଥିଲା। ଏହି ସମୟରେ ବହୁ ସମାଗ୍ରୀ ଜବତ  କରାଯାଇଥିବା ବେଳେ ଜଣେ ଅଟକ ରହିଛି।

ଅନେକ ଦିନ ହେବ ଏଠି ଚାଲିଥିଲା ଏହି ନକଲି କାରବାର। ସ୍ଲିପ୍ ୱେଲ କମ୍ପାନି ନାମରେ ମଶାବତୀ ତିଆରି କରି ଏମାନେ ଖୋଲାମେଲା ବ୍ୟବସାୟ କରୁଥିଲେ। ବେଙ୍ଗାଲୁରୁର ମୂଳ କମ୍ପାନି ଏହି  ନକଲି ମଶାବତୀ କାରଖାନା ବିଷୟରେ ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରି ମଶାଧୂପ ପ୍ରସ୍ତୁତ କରିବା ମେସିନ୍, ଜରି ଓ ଅନେକ ଜିନିଷ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe