ଘର ପାଇଁ ଦୁଇବର୍ଷ ହେଲା ଧାଉଁଛନ୍ତି ଜନଜାତି ମହିଳା

ଘର ପାଇଁ ଦୁଇବର୍ଷ ହେଲା ଧାଉଁଛନ୍ତି ଜନଜାତି ମହିଳା

ଗୋପାଳପୁର: ସରକାରୀ ଯୋଜନାରେ ଘର ପାଇବା ପାଇଁ ସମସ୍ତ ଯୋଗ୍ୟତା ଥିଲେବି ଅ‌େନକ ସ୍ଥାନରେ ବାବୁ ଓ ଲୋକ ପ୍ରତିନିଧିଙ୍କ ଯୋଗୁଁ ହିତାଧଧିକାରୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ଘରର ବିଲ୍‌ କରାଇବା ପାଇଁ ଲାଞ୍ଚ ଦେଲେ ବି ତାହା ନିଦିଁଷ୍ଟ ପରିମାରଣ ହେଉନଥିବାରୁ ଶୁଣା ଯାଉନଥିବା ଅଭିଯୋଗ ହେଉଛି। ରଘୁୂନାଥପୁର ବ୍ଲକ୍ ଧରାଧରପୁର ପଞ୍ଚା‌ୟତରେ ଜଣେ ଅନୁସୂଚିତ ଜନଜାତି ମହିଳା ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ରଘୁନାଥପୁର ବ୍ଳକର ଧରାଧରପୁର ପଞ୍ଚାୟତର ସୀତା ହାଂସଦା ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘରଟିଏ ପାଇଁ ଅାବେଦନ କରିଥିଲେ। ସମସ୍ତ ଯାଞ୍ଚ ଓ ତଦନ୍ତ ପରେ ତାଙ୍କୁ କାର୍ଯ୍ୟାଦେଶ ମିଳିନଥିଲା। ଶେଷରେ କାର୍ଯ୍ୟାଦେଶ ପାଇବା ପାଇଁ ସେ ପଞ୍ଚାୟତ କର୍ମଚାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେଇ ୫୦ ହଜର ଟଙ୍କାର ବିଲ ପାଇଥିଲେ। ସେତିକି ପଇସାରେ ନିମ୍‌ଟାଲ୍‌ ପର୍ଯ୍ୟନ୍ତ କାମ ସାରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ବିଲ ପାଇବା ପାଇଁ ଦୀର୍ଘ ୨ବର୍ଷ କାଳ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ବି ଲାଞ୍ଚ ନ ଦେଲେ ବିଲ୍ ପାସ୍ ହେବନି ବୋଲି ସେଠାରୁ ଉତ୍ତର ମିଳିଥିଲା। ନିମଟାଲ୍ ପର୍ଯ୍ୟନ୍ତ କାମ କରିବା ବେଳେ ସବୁ ଅର୍ଥ ଶେଷ କରି ସାରିଥିବାରୁ ସେ ଆଉ ଟଙ୍କା ଦେବାକୁ ସମର୍ଥ ହୋଇନଥିଲେ। ବାଧ୍ୟ ହୋଇ ବିଲ୍‌ ପାସ୍ କରାଇବା ପାଇଁ ସେ ବିଡିଓଙ୍କୁ ଗୁହାରି କରିଥିଲେ। ହେଲେ, ବିଡିଓଙ୍କୁ ଗୁହାରି/ଅଭିଯୋଗ କରିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ସେଥିରେ ଚିଡ଼ି ଯାଇଥିଲେ। ବିଲ୍ ପାସ୍ କରିବା ତ’ ଦୂରର କଥା, ସେମାନେ ସୀତାଙ୍କୁ ଧମକ ଦେଉଛନ୍ତି ବୋଲି ତାଙ୍କ ସ୍ବାମୀ ଭୋଳାନାଥ ଅଭିଯୋଗ କରିଛନ୍ତି। ବିଲ୍‌ ମିଳିବା ଆଶା ମଉଳି ଯାଉଥିବାରୁ ଏବେ ସେ ପଞ୍ଚାୟତ କତ୍ତୃର୍ପକ୍ଷଙ୍କୁ ‘ଅଲ୍‌ଟିମେଟମ୍‌’ ଦେଇଛନ୍ତି। ତୁରନ୍ତ ବିଲ୍‌ ପାସ୍ କରା ନ ଗଲେ ପରିବାର ସହିତ ପଞ୍ଚାୟତ କାର୍ଯ୍ୟାଳୟ ଅାଗରେ ଧାରଣା ଦେବେ ବୋଲି ସୀତା କହିଛନ୍ତି। ଅଭିଯୋଗର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଦଳିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe