ଏରସମାରେ ଭୟାବହ ଅଗ୍ନିକା‌ଣ୍ଡ, ଜଳିପୋଡ଼ି ପାଉଁଶ ହେଲା ୧୮ ବଖରା ଘର

Advertisment
ଏରସମାରେ ଭୟାବହ ଅଗ୍ନିକା‌ଣ୍ଡ, ଜଳିପୋଡ଼ି ପାଉଁଶ ହେଲା ୧୮ ବଖରା ଘର

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ଥାନା କିଆଦା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡରେ ଚାରୋଟି ପରିବାରର ପାଖାପାଖି୧୮ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଚାରୋଟି ପରିବାର ନିମିଷକ ମଧ୍ୟରେ ସର୍ବସାନ୍ତ ହୋଇଥିବା ଜଣାପଡିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଅଗ୍ନିକାଣ୍ଡରେ କିଆଦା ଗ୍ରାମର ଅମିତା ବଇରାଙ୍କର ପାଞ୍ଚ ବଖରା, ଚନ୍ଦ୍ରମଣି ବହିରାଙ୍କର ଛଅ ବଖରା ଓ ଆଶ୍ରୟ ବହିରାଙ୍କର ଦୁଇ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଆଶ୍ରୟ ବହିରା, ନିଲୁ ବହିରା, ବିଶ୍ଵଜିତ ବହିରାଙ୍କର ୫ ବଖରା ଜଳିଯାଇଛି।

ଲକ୍ଷ୍ମୀଧର ବଇରାଙ୍କ କୋଠା ଘରର ଝରକା କବାଟ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ସମୟରେ ଘରଭିତରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ବିସ୍ପୋରଣ ହୋଇଥିଲା। ଗ୍ୟାସ ସିଲିଣ୍ଡର ଫାଟିବାରୁ ଦୁଇଶହ ମିଟର ଦୂରରେ ଥିବା ନଡ଼ିଆ ଗଛଗୁଡ଼ିକ ଜଳିବାକୁ ଲାଗିଥିଲା। ଗ୍ରାମବାସୀ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ। ଅଗ୍ନି ବିପ୍ପନ୍ନମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe