Image Courtesy of India Today
ପାରାଦୀପ: ପାରାଦୀପସ୍ଥିତ ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ମାଛ ମଡ଼କ। ନଦୀରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର, ଚାଇନା କଉ, ବାଳିଆ ମାଛ ମରି ଭାସୁଥିବାର ଦେଖିବାକୁ ମିଳୁଛି। ମାଛଗୁଡ଼ିକ ମରି ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ବଟନଦୀରେ ମାଛ ମଡ଼କ ଘଟଣା ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଦେଖିବାକୁ ମିଳିଛି। ମାଛ ମରିବାର କାରଣ ଅସ୍ପଷ୍ଟ ରହିଛି।
Follow Us